Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗ-୨ ସହକାରୀ କାର୍ଯ୍ୟକାରୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍
  • ||
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

କମିଛି ପିଆଜ ଉତ୍ପାଦନ, ଆଗାମୀ ଦିନରେ ଓଡିଶା ବଜାରରେ ପିଆଜ ନମିଳିବା ନେଇ ଆଶଙ୍କା

24/11/2019 at 5:04 PM

କଟକ ୨୪।୧୧: କଟକରେ ଖୁଚୁରା ବଜାରରେ ପିଆଜ କିଲୋ ପ୍ରତି ୯୦ ରୁ ୯୫ଟଙ୍କାରେ ବିକ୍ରି ହେଉଛି । ଅନ୍ୟପଟେ ଛତ୍ର ବଜାର ମଣ୍ଡିରେ ପିଆଜ କିଲୋ ପ୍ରତି ୮୫ ଟଙ୍କାରେ ବିକ୍ରି ହେଉଛି । କିନ୍ତୁ ବଡ କଥା ହେଲା ପିଆଜ ଉତ୍ପାଦନ ଏତେ ପରିମାଣରେ କମିଛି ଯେ, ଆଗାମୀ ଦିନରେ କଟକ ଏବଂ ଓଡିଶା ବଜାରରେ ପିଆଜ ନମିଳିବା ନେଇ ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି । ପ୍ରାୟ ୨୦ ଦିନ ପରେ ନୂଆ ପିଆଜ ଆସିଲେ ପିଆଜ ଦର ନିୟନ୍ତ୍ରଣକୁ ଆସିବ ବୋଲି କହିଛି ଛତ୍ରବଜାର ବ୍ୟବସାୟୀ ସଂଘ ।

କଟକରେ ଖୋଲା ବଜାରରେ ଆଜି ପିଆଜ କିଲୋ ପିଛା ୯୦ରୁ ୯୫ ଟଙ୍କାରେ ବିକ୍ରି ହେଉଛି । ସେହିପରି ଛତ୍ରବଜାର ମଣ୍ଡିର ବ୍ୟବସାୟୀମାନେ ପିଆଜ କିଲୋ ପିଛା ୮୫ ଟଙ୍କାରେ ବିକ୍ରି କରୁଛନ୍ତି । ତେବେ ପିଆଜ ଦର ଦେଖି ଅଧିକାଂଶ ଲୋକ ପିଆଜ କିଣିବା ବନ୍ଦ କରିଦେଇଛନ୍ତି । ଯେଉଁମାନେ ବି ପିଆଜ କିଣୁଛନ୍ତି, ଆବଶ୍ୟକତାଠାରୁ କମ୍ କିଣିବାକୁ ପସନ୍ଦ କରୁଛନ୍ତି ।

ସେପଟେ ମହାରାଷ୍ଟ୍ର ଓ ଆନ୍ଧ୍ରରୁ ପିଆଜ ଆସିବା ଧିରେ ଧିରେ କମି କମି ଯାଉଛି ବୋଲି ଛତ୍ରବଜାର ବ୍ୟବସାୟୀ ସଂଘ କହିଛି । ଛତ୍ରବଜାରର ନିୟମିତ ଦୈନିକ ପିଆଜ ଆବଶ୍ୟକତା ଦେଢ ଶହରୁ ଶହେ ଷାଠିଏ ଟନ୍ ଥାଏ । ମାତ୍ର ଦୁଇ ଦିନ ତଳେ ଛତ୍ରବଜାରକୁ ମାତ୍ର ୧୨ ଟନ୍ ପିଆଜ ଆସିଥିଲା । ଆଜି ମଧ୍ୟ ପ୍ରାୟ ୧୦ ରୁ ୧୨ ଟନ୍ ପିଆଜ ଆସି ପହଞ୍ଚିଛି । ଏପରି ଅବସ୍ଥା ଜାରି ରହିଲେ ପିଆଜ ଦର ଆହୁରି ବଢିବ ବୋଲି ବ୍ୟବସାୟୀ ସଂଘ କହିଛି । ଆଗକୁ ଓଡିଶା ବଜାରରେ ପିଆଜ ଆଦୌ ନମିଳିବାର ଆଶଙ୍କା ଦେଖାଦେଇଛି ବୋଲି ଛତ୍ରବଜାର ବ୍ୟବସାୟୀ ସଂଘ କହିଛି ।

ଓଡିଶା ପିଆଜ ବଜାରକୁ ମାର୍ଚ୍ଚ, ଏପ୍ରିଲ ବେଳକୁ ଆସିବ । ସେହିପରି ମହାରାଷ୍ଟ୍ର ଓ ଆନ୍ଧ୍ରରେ ପ୍ରତିକୂଳ ପାଗ ଯୋଗୁଁ ପିଆଜ ଉତ୍ପାଦନରେ ଡେରି ହେବ । ତେଣୁ ନିକଟ ଭବିଷ୍ୟତରେ ପିଆଜ ଦର କମିବାର ସମ୍ଭାବନା ନାହିଁ ।

   Related Posts