Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

ରାଜ୍ୟରେ ଆବଶ୍ୟକତାଠାରୁ ଅଧିକ ପିଆଜ ଉତ୍ପାଦନ ହେଉଛି , ହେଲେ ବଜାରରେ ପିଆଜ ଦର ପହଞ୍ଚିଲାଣି ୩୪ଟଙ୍କାରେ, ବେଧଡକ ସରକାର

23/08/2019 at 6:22 PM

ଭୁବନେଶ୍ବର୨୩|୮: ପିଆଜ ହାଟରେ ତାତି।  ପ୍ରଥମେ ପିଆଜକୁ ​‌ନେଇ ଚାଷୀ ଲୁହ ଗଢ଼ାଇଥିଲେ ଏବେ ଗ୍ରାହକ କାନ୍ଦୁଛନ୍ତି।  କାରଣ ପିଆଜ ଦର ଏବେ ଆକାଶ ଛୁଆଁ ହେଲାଣି।  ସପ୍ତାହକରେ ପିଆଜ ଦର ୩୪ ଟଙ୍କା ଛୁଇଁଲାଣି । ଆହୁରି ବଢ଼ିବ। କେବଳ ସରକାରଙ୍କ ଉଦାସୀନତା ପାଇଁ ଏଭଳି ଅବସ୍ଥା ଦେଖାଦେଇଛି। କାରଣ ଯେତିକି ଆବଶ୍ୟକ ଅଛି ତାଠାରୁ ଅଧିକ ଉତ୍ପାଦନ ହେଉଛି।  ତଥାପି କାହିଁକି ଅଭାବ ଦେଖନ୍ତୁ।…   

କନ୍ଦାଇଲାଣି ପିଆଜ।  ସପ୍ତାହକ​‌ରେ ପିଆଜ ଦର ହେଲାଣି କିଲୋପ୍ରତି ୩୪ ଟଙ୍କା।  ମହାରାଷ୍ଟ୍ରରେ ବନ୍ୟା ଯୋଗୁଁ ​‌ଓଡ଼ିଶା ବଜାରରେ ପିଆଜ ଦରରେ ତାତି ବଢ଼ିଛି ବୋଲି ଦୋକାନୀ କହୁଛନ୍ତି। କିନ୍ତୁ ଏପଟେ ଗ୍ରାହକ କାନ୍ଦିଲେଣି।  କାରଣ ବିନା ପିଆଜରେ ଓଡ଼ିଆ ପେଟକୁ ପଖାଳ ଯାଉନି।   ଦର ହୁ ହୁ ହୋଇ ବଢ଼ୁଥିବାରୁ ଗ୍ରାହକଙ୍କ ପକେଟ୍‌ରେ ସିଧା ମାଡ଼ ବାଜୁଛି ।  

Image processed by CodeCarvings Piczard ### FREE Community Edition ### on 2019-05-26 14:07:55Z | http://piczard.com | http://codecarvings.comÿÿÿõ™’®ÿ

ରାଜ୍ୟରେ ଯେତିକି ପିଆଜ ଆବଶ୍ୟକ ହେଉଛି ତାଠାରୁ ଡବଲ୍‌ ଉତ୍ପାଦନ ହେଉଛି।  ଏକଥା ଆମେ କହୁନୁ ସରକାର କହିଥିଲେ । ବର୍ଷକୁ ୨.୩୨ ଲକ୍ଷ ମେଟ୍ରିକ ଟନ ଆବଶ୍ୟକ ହେଉଥିବା ବେଳେ ଉତ୍ପାଦନ ହେଉଛି ୪.୧୯ ଲକ୍ଷ ମେଟ୍ରିକ ଟନ। ହେଲେ ଏହି ପିଆଜକୁ ମହଜୁଦ କରିବା ପାଇଁ ବ୍ୟବସ୍ଥା ନାହିଁ ।  ମାତ୍ର ୧.୮୩  ଲକ୍ଷ ମେଟ୍ରିକ ଟନ୍‌ ପିଆଜ ଶୀତଳ ଭଣ୍ଡାରରେ ରହିପାରିବ।  ତେଣୁ ପ୍ରତିବର୍ଷ ବଲାଙ୍ଗିର, ଅନୁଗୋଳ ଓ କଳାହାଣ୍ଡିରେ ବ୍ୟାପକ ମାତ୍ରରେ ପିଆଜ ଉତ୍ପାଦନ ହେଉଥିଲେ ମଧ୍ୟ ତାହାକୁ ସଂରକ୍ଷଣ କରାଯାଇପାରୁନି ବରଂ ସେସବୁ ଅଧା ଦରରେ ବିକ୍ରି ହେଉଛି।

ପ୍ରତିବର୍ଷ ପିଆଜ ଦର ବଢ଼ୁଛି। ରାଜ୍ୟବାସୀ ପିଆଜକୁ ନେଇ ଲୁହ ଗଡ଼ାଉଛନ୍ତି ସିନା ରାଜ୍ୟ ସରକାର ଜାଣିଛନ୍ତି ଲୁହ ଶୁଖିଯିବ ଆଉ ଲୋକେ ଭୁଲିଯିବେ।    

   Related Posts