Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !

20/10/2020 at 5:59 PM

ନୂଆଦିଲ୍ଲୀ ୨୦/୧୦ : ଦେଶର ଅନେକ ସ୍ଥାନରେ ଗତ କିଛି ଦିନ ହେଲା ଲଗାତାର ବର୍ଷା ହେଉଛି। ବର୍ଷା ଯୋଗୁଁ ଆଗାମୀ ଦିନରେ ସାଧାରଣ ଜନତାଙ୍କ ପକେଟ ଉପରେ ପ୍ରଭାବ ପଡିପାରେ। କାରଣ ଦୈନନ୍ଦିନ ଜୀବନରେ ଆବଶ୍ୟକୀୟ ଆଳୁ ପିଆଜ ଦାମ ବୃଦ୍ଧି ପାଇଛି। ଯଦି ପିଆଜ ଦାମ ଏହିଭଳି ବଢିବ ତାହେଲେ ଦୀପାବଳି ବେଳକୁ ପିଆଜ ଦାମ ଆହୁରି ମହଙ୍ଗା ହୋଇପାରେ। ବର୍ତ୍ତମାନ ଖୁଚୁରା ବଜାରରେ ପିଆଜ ଦାମ କିଲୋ ପ୍ରତି ୫୦-୬୦ ଟଙ୍କା ରହିଛି। ସୋମବାର ଦିନ ନାସିକରେ ଥିବା ଦେଶର ସବୁଠାରୁ ବାସ ପିଆଜ ମଣ୍ଡି ଲାସଲଗାଁରେ ପିଆଜର ବଜାର ମୂଲ୍ୟ କ୍ୱିଣ୍ଟାଲ ପ୍ରତି ୬ ହଜାର ୮୦୨ ଟଙ୍କା ରହିଛି। ଚଳିତ ବର୍ଷ ଏହି ଦାମ ସବୁଠାରୁ ଅଧିକ। ବ୍ୟବସାୟୀଙ୍କ କହିବାନୁଯାୟୀ, ଆଗାମୀ ଦିନରେ ଖୁଚୁରା ବଜାରରେ ପିଆଜ ଦାମ ୧୦୦ ଟଙ୍କା ପାର କରିପାରେ।

କାହିଁକି ମହଙ୍ଗା ହେଉଛି ପିଆଜ ?

ଟାଇମ୍ସ ଅଫ ଇଣ୍ଡିଆ ଖବର ଅନୁସାରେ, ଗତ କିଛି ଦିନ ହେଲା ମହାରାଷ୍ଟ୍ରର ଅନେକ ଅଞ୍ଚଳରେ ଭୀଷଣ ବର୍ଷା ହେଉଛି। ବର୍ଷା ଯୋଗୁଁ ପିଆଜ ଚାଷ ନଷ୍ଟ ହୋଇଯାଇଛି। ସେଥିପାଇଁ ପିଆଜ ଦର ଆକାଷଛୁଆଁ ହୋଇଛି। ବ୍ୟବସାୟୀଙ୍କ କହିବାନୁଯାୟୀ, ମହାରାଷ୍ଟ୍ର, ରାଜସ୍ତାନ, ଗୁଜରାଟ ଓ କର୍ଣ୍ଣାଟକରେ ପିଆଜ ଚାଷ ନଷ୍ଟ ହୋଇଯାଇଛି। ସେଥିପାଇଁ ବ୍ୟବସାୟୀ ପିଆଜ ଜମା କରିବା ଆରମ୍ଭ କରିଛନ୍ତି। ନୂଆ ଫସଲ ଫେବୃଆରୀରେ ହେବ। ସେ ପର୍ଯ୍ୟନ୍ତ ପିଆଜ ଦାମ କମ ହେବାର କୌଣସି ସଂକେତ ନାହିଁ। 

ଅକ୍ଟୋବର ୧୪ ତାରିଖରେ ପିଆଜ ବ୍ୟବସାୟୀଙ୍କ ପାଖରେ ଆୟକର ବିଭାଗର ଚଢ଼ାଉ ହୋଇଥିଲା। ଏହାପରେ ବ୍ୟବସାୟୀ ମଣ୍ଡିକୁ ଯାଉନଥିଲେ। ମଣ୍ଡିରେ ବ୍ୟବସାୟ ବନ୍ଦ ରହିଥିଲା। କିନ୍ତୁ ସୋମବାର ଦିନ ମଣ୍ଡି ଖୋଲିବା ପରେ ପିଆଜ କ୍ୱିଣ୍ଟାଲ ପ୍ରତି ୨ ହଜାର ଟଙ୍କା ବଢିଯାଇଛି।

ଦେଶରେ ନବରାତ୍ର ଆରମ୍ଭ ହେବାପରେ ଆଳୁ ଦାମ ମଧ୍ୟ ବୃଦ୍ଧି ପାଇଛି। ନବରାତ୍ର ବ୍ରତ ପାଳନ କରିବା ସମୟରେ ଲୋକେ ସାଧାରଣତଃ ଫଳମୂଳ ଓ ଆଳୁ ଆହାର କରିଥାନ୍ତି। ଦିଲ୍ଲୀ ସମେତ ଦେଶର ଅନେକ ଭାଗରେ ଆଳୁ ଦର କିଲୋ ପ୍ରତି ୬୦ ଟଙ୍କା ପାର କରିଛି। ଆଳୁ ପିଆଜ ଦର ବୃଦ୍ଧି ପାଇବାରୁ ସାଧାରଣ ଲୋକଙ୍କ ଉପରେ ଏହାର ପ୍ରଭାବ ପଡିଛି। ଆଗକୁ ଦାମ ଆହୁରି ବଢିବ ବୋଲି ଅନୁମାନ କରାଯାଉଛି।

   Related Posts