ଯୋଗାଣ ବିଭାଗର ଅବହେଳା, ଖାଉଟିଙ୍କୁ ଭୂଆଁ ବୁଲାଉଛନ୍ତି ବ୍ୟବସାୟୀ...

Published By : Prameya-News7 Bureau | January 09, 2020 IST

 ଭୁବନେଶ୍ବର୯/୧: ମଣ୍ଡିରେ ୪୦ରୁ ୫୦ଟଙ୍କା ଭିତରେ ଥିବା ପିଆଜ ବଜାରରେ ୬୦ରୁ ୮୦ଟଙ୍କାରେ ବିକ୍ରି ହେଉଛି । ଗ୍ରାହକଙ୍କୁ ଦେଖି ମନଇଚ୍ଛା ଦର କଷୁଛନ୍ତି ଦୋକାନୀ । ସବୁ ନିୟମ କାନୁନ୍‌କୁ ଆଖିଠାର ମାରି ଧୁମ୍‌ ଚାଲିଛି କଳାବଜାରୀ । ବଜାର ଉପରେ ଯୋଗାଣ ବିଭାଗର ନିୟନ୍ତ୍ରଣ ନ ଥିବାରୁ ମଉକା ଦେଖି ମୁନାଫା କମାଉଛନ୍ତି ବେପାରୀ । ସେପଟେ ବଜାରରେ  ଆଳୁ ପିଆଜ ଭାଉ ଗ୍ରାହକଙ୍କୁ ଅତିଷ୍ଠ କଲାଣି ।

{"id":209121,"sizeSlug":"large"}

କଟକ ଛତ୍ରବଜାରରେ ପିଆଜ କିଲୋ ୫୦ରୁ ୬୦ଥିବା ବେଳେ ଖୁଚୁରା ବଜାରରେ ୭୦ରୁ ୮୦ଟଙ୍କାରେ ବିକ୍ରି ହେଉଛି । ସେହିଭଳି ଭୁବନେଶ୍ବରରେ ମଧ୍ୟ ସମାନ ଅବସ୍ଥା । ମଣ୍ଡିରେ ୪୦ରୁ ୫୦ଟଙ୍କା ଭିତରେ ଥିବା ପିଆଜ ବଜାରକୁ ଆସିଲା ବେଳକୁ ୨୦ରୁ ୩୦ଟଙ୍କା କେମିତି ବଢ଼ିଯାଉଛି ତା’ର ହିସାବ ବୁଝିପାରୁନାହାନ୍ତି ଗ୍ରାହକ । ବେପାରୀ କିନ୍ତୁ ଠିକ୍‌ ବୁଝିଛନ୍ତି । ଯୋଗାଣ ବିଭାଗର ନିୟନ୍ତ୍ରଣ ନ ଥିବାରୁ ସେମାନେ ମନଇଚ୍ଛା ଦର କଷି ମୁନାଫା କମାଇବାରେ ମାତିଛନ୍ତି ।

{"id":209122,"sizeSlug":"large"}

ସପ୍ତାହକ ତଳେ ପିଆଜ ଦର କିଲୋପ୍ରତି ୯୦ରୁ ୧୦୦ଟଙ୍କା ଥିବା ବେଳେ ଏବେ ପର୍ଯ୍ୟାପ୍ତ ପରିମାଣର ପିଆଜ ଆସିବାରୁ ଦର କମିଛି । ଭୁବନେଶ୍ବର ମଣ୍ଡିରେ ପିଆଜ ଦର କ୍ବିଣ୍ଟାଲ ପିଚ୍ଛା ସର୍ବନିମ୍ନ ୪ ହଜାର ଟଙ୍କା ଥିବା ବେଳେ ସର୍ବାଧିକ ୫ହଜାର ୨ଶହ ଟଙ୍କା ରହିଛି । ତଥାପି ଏହା ମାର୍କେଟରେ କିଭଳି ୨୦ରୁ ୩୦ଟଙ୍କା ଅଧିକରେ ବିକ୍ରି ହେଉଛି ତା’ର ସଠିକ୍‌ ଉତ୍ତର କାହା ପାଖରେ ନାହିଁ ।

{"id":209123,"sizeSlug":"large"}

ବଜାରର ବେହାଲ ଦେଖି ଖୁଚୁରା ବ୍ୟବସାୟୀଙ୍କ ଉପରେ ଲଗାମ୍‌ ଲଗାଇବାକୁ ହୋଲ୍ ସେଲରମାନଙ୍କୁ ଡାକି ବୈଠକ କରିବାକୁ ଯୋଗାଣ ବିଭାଗକୁ ଅନୁରୋଧ କରିଛି ବ୍ୟବସାୟୀ ସଂଘ । ସେପଟେ ଯୋଗାଣ ମନ୍ତ୍ରୀଙ୍କ ଉତ୍ତର ହେଲା ଖୁବ୍‌ ଶୀଘ୍ର ଧରପଗଡ଼ ଆରମ୍ଭ ହେବ ।

{"id":209124,"sizeSlug":"large"}

ବଜାର ଉପରେ ନିୟନ୍ତ୍ରଣ ରଖିପାରୁନଥିବା ଯୋଗାଣ ବିଭାଗ ମନ୍ତ୍ରୀ କହୁଛନ୍ତି ଧରପଗଡ଼ ଆରମ୍ଭ ହେବ । ହେଲେ କେବେ? ପ୍ରଥମେ ବ୍ୟବସାୟୀଙ୍କୁ କୋଟି କୋଟି ଟଙ୍କାର ମୁନାଫା କମାଇବାକୁ ମଉକା ଦେବା ପରେ କ’ଣ ଡେଙ୍ଗୁରା ବଜାଇ ଧରପଗଡ଼ କରିବ ଯୋଗାଣ ବିଭାଗ ? ଏମିତିରେ ଖାଉଟିଙ୍କ କି ଭଳି ହିତ ସାଧନ ହେବ ତାକୁ ନେଇ ଉଠିଛି ପ୍ରଶ୍ନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.