ପିଆଜ କିଲୋ ପିଛା ୪୦ ଟଙ୍କା, କିନ୍ତୁ ଜଣଙ୍କୁ କେବଳ ଅଢ଼େଇଶହ- ଭୁବନେଶ୍ୱରରେ ପିଆଜ ରାଜନୀତି

Published By : Prameya-News7 Bureau | December 02, 2019 IST

ନୂଆଦିଲ୍ଲୀ ୦୨।୧୨ - ଶୁଖୁନି ପିଆଜ ଲୁହ । କମୁନି ଦର । ଉତ୍ପାଦନ କମିଛି । ଆବଶ୍ୟକତା ଅନୁଯାୟୀ  ମାଲ ନାହିଁ । ତେଣୁ, ନୂଆ ଅମଳ ପିଆଜ ଆସିବା ଯାଏଁ  ସରକାର କେତେବେଳେ ଇଜିପ୍ଟ ତ ପୁଣି କେତେବେଳେ ତୁର୍କୀରୁ ପିଆଜ ଆମଦାନୀ କରି ଦର ନିୟନ୍ତ୍ରଣ କରିବାକୁ ଘୋଷଣା କରୁଛନ୍ତି । ଆଉ  ଏପଟେ ପୁଣି ଯୋର ଧରୁଛି ପିଆଜ ରାଜନୀତି । ଆଜି ଏହାର ଆଉ ଏକ ଆକ୍ସନ ରିପ୍ଲେ ଦେଖିବାକୁ ମିଳିଥିଲା ରାଜଧାନୀରେ ।

{"id":193043,"sizeSlug":"large"}

ପିଆଜ କିଲୋ ପିଛା ୪୦ ଟଙ୍କା। କିନ୍ତୁ ଜଣଙ୍କୁ କେବଳ ଅଢ଼େଇଶହ । ଭୁବନେଶ୍ବରରେ ଏମିତି ହଠାତ ପିଆଜ ଦୋକାନ ଦେଖି ଲୋକେ ଭିଡ଼ ଲଗାଇଥିଲେ। ପିଆଜ ବି କିଣିଥିଲେ। କିନ୍ତୁ ଅସଲରେ ଏ ପିଆଜ ଦୋକାନ ଥିଲା କଂଗ୍ରେସର । କଂଗ୍ରେସର ଭିନ୍ନ ଧରଣର ପ୍ରତିବାଦ।  ଦେଶର ସାମ୍ପ୍ରତିକ ଆର୍ଥିକ ମାନ୍ଦାବସ୍ଥା ସମୟରେ ଦରଦାମ ବୃଦ୍ଧି ଲୋକଙ୍କ ପାଇଁ ବେଡି ଉପରେ କୋରଡ଼ା ମାଡ଼ ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ନେତାଏ । ଆଉ ଏଥିପାଇଁ ମୁଖ୍ୟତଃ କେନ୍ଦ୍ରରେ ଥିବା ବିଜେପି ସରକାର ଦାୟୀ ବୋଲି ଅଭିଯୋଗ କରିଛି ଦଳ।

{"id":193044,"sizeSlug":"large"}

କମ ଉତ୍ପାଦନ ଯୋଗୁଁ ବଜାର ଚାହିଦା ମୁତାବକ ପିଆଜ ମିଳୁନି । ତେଣୁ,  ଦର ବଢିଛି । ମାତ୍ର, ପିଆଜ ବାହାନାରେ  ନିର୍ବାଚନରେ ପ୍ରତ୍ୟାଖ୍ୟାତ କଂଗ୍ରେସ ତାର ଉପସ୍ଥିତି ଜାହିର କରୁଛି ବୋଲି  ବିଜେପି କୃଷକ ମୋର୍ଚ୍ଚା ଅଭିଯୋଗ କରିଛି । ଏପଟେ, ରାଜ୍ୟ ଯୋଗାଣ ମନ୍ତ୍ରୀଙ୍କ କହିବା କଥା ବିଦେଶରୁ ପିଆଜ ଆମଦାନୀ ନେଇ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ଚାଲିଛି । ତେବେ, ନୂଆ ବର୍ଷରେ  ନୂଆ ଅମଳ ପିଆଜ ଆସିଲା ପରେ ହିଁ ହୁଏତ ଦର ଖସିପାରେ ବୋଲି ମନ୍ତ୍ରୀ  କହିଛନ୍ତି ।

{"id":193045,"sizeSlug":"large"}

ଗୋଟିଏ ପଟେ ରାଜ୍ୟ ସରକାର କହୁଛନ୍ତି ଇଜିପ୍ଟରୁ ପିଆଜ ଆସୁଛି। ସେପଟେ କେନ୍ଦ୍ର ସରକାର କହୁଛନ୍ତି ଇଜିପ୍ଟରୁ ପିଆଜ ଆସୁଛି। ପ୍ରକୃତରେ ଇଜିପ୍ଟରୁ ପିଆଜ କିଏ ଆଣୁଛି ଓ କେବେ ଲୋକଙ୍କ ହାଣ୍ଡିଶାଳକୁ ସେ ପିଆଜ ଆସିବ ତାହା ଜଣା ପଡୁନି।  ବିଦେଶରୁ ଆସୁ କି ନୂଆ ଅମଳ ପରେ, ଲୋକେ ପିଆଜ ଦର କମିବାକୁ ଅପେକ୍ଷା କରିଛନ୍ତି ।

{"id":193046,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.