ପିଆଜ ଚୋପାରୁ ହୋଇଥାଏ ଅନେକ ଉପାଦେୟ କାମ : ଆସନ୍ତୁ ଜାଣିବା

Published By : Prameya-News7 Bureau | January 19, 2019 IST

ଅଧିକାଂଶ ସମୟ ଆମେ ପିଆଜକୁ ଆମ ଖାଦ୍ୟରେ ସାମିଲ କରିଥାଉ। ଏହାକୁ ଆମେ ତରକାରୀରେ ପକାଇ ଖାଇଥାଉ କିମ୍ବା ସାଲାଡରେ ମିଶାଇ ଖାଇଥାଉ। ପିଆଜ ଆମ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ କିନ୍ତୁ ଆମେ ପିଆଜ ଚୋପାକୁ ଫୋପାଡ଼ି ଦେଇଥାଉ। କିନ୍ତୁ ଆଜି ଆମେ ଏପରି କଥା ଜାଣିବା ଯାହାକୁ ଜାଣିଲେ ଆପଣ କେବେ ପିଆଜ ଚୋପାକୁ ଫୋପାଡ଼ିବେ ନାହିଁ। ପିଆଜର ଚୋପା ଆମର ବିଭିନ୍ନ କାମରେ ବ୍ୟବହୃତ ହୋଇଥାଏ।

{"id":75710}

ଆପଣ ପିଆଜ ଚୋପାର ପାଣି ଦ୍ବାରା ଚର୍ମ ସମସ୍ୟାରୁ ମୁକ୍ତି ପାଇ ପାରିବେ। ଆପଣ ରାତି ସାରା ପିଆଜ ଚୋପାକୁ ବତୁରାଇ ରଖନ୍ତୁ। ସକାଳେ ସେହି ପାଣିରେ ମୁହଁକୁ ଧୁଅନ୍ତୁ। ଏହା କରିବା ଦ୍ବାରା ଆପଣଙ୍କ ଚର୍ମ ସମସ୍ୟା ଦୂର ହେବ।

{"id":75711}

ଘରେ ପୋକଯୋକ ଏବଂ ମଶା ଡାଆଁଶରୁ ରକ୍ଷା ପାଇବା ପାଇଁ ପିଆଜ ଚୋପାକୁ କାମରେ ଲଗା ଯାଇପାରିବ। ପିଆଜ ଚୋପାକୁ ରାତିରେ ବତୁରାଇ ରଖିବା ପରେ ଏହାକୁ ଝରକା ପାଖେ ଏବଂ କବାଟ ପାଖେ ରଖନ୍ତୁ। ଏହାର ତୀବ୍ର ଗନ୍ଧରେ ମଶା ଏବଂ ଅନ୍ୟ ପୋକଯୋକ ଘର ଭିତରକୁ ପ୍ରବେଶ କରିପାରିବେ ନାହିଁ।

{"id":75712}

ଗାଧୋଇବାବେଳେ ପିଆଜ ଚୋପାକୁ ହେୟାର କଣ୍ଡିସନର ଭାବେ ବ୍ୟବହାର କରିପାରିବେ। ବାଳକୁ ଭଲଭାବେ ଧୋଇବା ପରେ ବାଳକୁ ସେହି ପିଆଜ ଚୋପା ପାଣିରେ କିଛି ସମୟ ସଫା କରନ୍ତୁ। ଏହା ଦ୍ବାରା ବାଳ ଚମକିବା ସହ ମୁଲାୟମ୍ ହୋଇଥାଏ।

{"id":75713}

ପିଆଜ ଚୋପାରେ ଆଣ୍ଟି ଅକ୍ସିଡାଣ୍ଟ ପ୍ରଚୁର ମାତ୍ରାରେ ରହିଥାଏ ଏବଂ ଏଥିରେ ଆଣ୍ଟି ଇନଫ୍ଲାମେଟୋରୀ ଗୁଣ ରହିଥାଏ। ଏହା ବ୍ୟତୀତ ଏଥିରେ ଥିବା କ୍ବେରସୋଟିନ୍ ନାମକ ଏନଜାଇମ୍ କ୍ୟାନସର କୋଶିକାକୁ ବଢ଼ିବାରୁ ରୋକିଥାଏ। ଆପଣ ଏହି ପିଆଜ ଚୋପାର ଚାହା ମଧ୍ୟ ପ୍ରସ୍ତୁତ କରି ପାରିବେ ଏବଂ ପ୍ରତିଦିନ ଶୋଇବା ପୂର୍ବରୁ ଏହାକୁ ପିଇ ଶୋଇବେ।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.