ଓଠକୁ ଅଧିକ ଗୋଲାପି କରିବାକୁ ଲିପଷ୍ଟିକ୍ ନୁହେଁ ଲଗାନ୍ତୁ ପିଆଜ..ଦେଖିବେ ଏହାର ଚମତ୍କାରିତା.. ବିଉଟି ଲାଗିବାକୁ ଆଉ କଣ କଣ ରହିଛି ଉପକାରିତା ଆସନ୍ତୁ ଜାଣିବା..

Published By : Prameya-News7 Bureau | April 03, 2019 IST

ପିଆଜକୁ ସାଧାରଣଭାବରେ   ଆମେ  ବିଭିନ୍ନ ଖାଦ୍ୟରେ ବ୍ୟବହାର କରିଥାଉ । ଖାଦ୍ୟରେ ନୁହେଁ ବିଉଟି ପାଇଁ ବ୍ୟବହାର କରିବାକୁ ଆମ ପାଖରେ କିଛି ସୂଚନା  ଥାଇ ନପାରେ । ଆଜିଆମେ ଆପଣଙ୍କୁ ପିଆଜକୁ କିଭଳି ବ୍ୟବହାର କରିବା ଜାଣିବା ଆସନ୍ତୁ ।

{"id":99770}

ପ୍ରାକୃତିକ ଉପାୟରେ ପିଆଜକୁ ମଧ୍ୟ ସ୍କିନକୁ ପରିଷ୍କାର କରିବା ସହ ଚିକ୍କଣ କରିବାକୁ ବ୍ୟବାହର କରାଯାଏ । ଏଥିରେ ଆଣ୍ଟିଅକ୍ସିଡ଼ାଣ୍ଟ ଥିବାରୁ ଏହାକୁ ପେଷ୍ଟ କରି ଦେହରେ ମୁହଁରେ କିମ୍ବା ଦେହରେ ଲଗାଇଲେ ଚିକ୍କଣ କରିବା ସହ ଚମକ ମଧ୍ୟ ଚର୍ମରେ ଖେଳାଇଦେଇଥାଏ ।

{"id":99771}

ପିଆଜରେ ଭିଟାମିନ ଏ, ସି  ଓ ଇ ଥିବାରୁ ସୂର୍ଯ୍ୟଙ୍କ ଠାରୁ ଆସୁଥିବା ଅତି ବାଇଗଣୀ ରଶ୍ମିକୁ ପ୍ରତିହତ କରିବା ସହ ଚର୍ମକୁ ବାହ୍ୟ ସଂକ୍ରମଣରୁ ରକ୍ଷା କରିବା କରି ଉଜ୍ଜ୍ଵଳତା ପ୍ରଦାନ କରେ ।

{"id":99772}

ପିଆଜ ଜୁସ୍ ମଧ୍ୟ ଚର୍ମରେ ଥିବା କଳାଚିହ୍ନ ଉଠାଇବାରେ ସାହାର୍ଯ୍ୟ କରେ । ପିଆଜ ମାଧ୍ୟମରେ ମଧ୍ୟ ପ୍ରାକୃତିକ ଉପାୟରେ କରିପାରିବେ ବ୍ଲିଚ୍ । ମନେରଖନ୍ତୁ ଖାଲି ପିଆଜରସକୁ ଦେହରେ କିମ୍ବା ମୁହଁରେ ଲଗାନ୍ତୁ ନାହିଁ । ପିଆଜ ରସ ୧ ଚାମଚ , ବେସନ ୧ ଚାମଚ, ଓ ଅଧା ଚାମଚ କ୍ଷୀର ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ । ଏହାକୁ ମୁହଁରେ ଲଗାଇଲେ ମୁହଁ ବ୍ଲିଚ୍ କରିବା ସହ ସମାନ ହୋଇଥାଏ ।  ମାସକୁ ଏମିତି ଚାରିଥର କରନ୍ତୁ ଚେହେରା ଚମକିବ ।

{"id":99775}

ପିଆଜକୁ ମଧ୍ୟ ପ୍ରାକୃତିକ ଉପାୟରେ ଓଠ ପାଇଁ ବ୍ୟବହାର କରାଯାଇପାରେ । ଯଦି ଧୁମ୍ରପାନ କରୁଛନ୍ତି କିମ୍ବା ଆପଣଙ୍କ ଓଠ କଳା ପଡ଼ିଯାଇଛି ତାହେଲେ ପିଆଜ ରସ ସହିତ ଭିଟାମିନ ଇ-ଅଏଲ ମିଶାଇ ଲଗାନ୍ତୁ । ଓଠ ମସୃଣ ରହିବା ସହିତ ଆସ୍ତେ ଆସ୍ତେ ଗୋଲାପି ମଧ୍ୟ ହୋଇଯିବ । ବିଛଣାକୁ ଯିବା ପୂର୍ବରୁ ରାତିରେ ଏହି ପେଷ୍ଟକୁ ବୋଳି ଶୋଇଲେ ମାସେ ପରେ ଓଠର ଚମକ ଖେଳିଯିଵା ସହିତ ନାଲି-ମସୃଣ ମଧ୍ୟ ପାଲଟିଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.