ବାହାରେ ନୁହଁ ଓଡ଼ିଶାରେ - ସାଙ୍ଗ ବାହାଘରରେ ପିଆଜ ଗିଫ୍ଟ

Published By : Prameya-News7 Bureau | December 09, 2019 IST

ଅନୁଗୁଳ ୦୯।୧୨ – ଏବେ ପିଆଜ ଦର ଯାହା ସାଧାରଣ ମଣିଷ ଏହାକୁ କିଣିବା ଏକ ପ୍ରକାର ବନ୍ଦ କରି ଦେଇଛି ।  ଶେଓ ଦରକୁ ପିଆଜ ଦର ବଳିଗଲାଣି । ଏବେ  ବିଭିନ୍ନ ବାହାଘର ଓ ବ୍ରତଘରେ ପିଆଜକୁ ଉପହାର ଭାବେ ଦିଆଯାଉଛି ।

{"id":195748,"sizeSlug":"large"}

ଅନୁଗୁଳ ଏକ ବାହାଘର ରିସେପସନରେ ସାଙ୍ଗ ଦେଇଛନ୍ତି ସାଙ୍ଗକୁ ପିଆଜ ଗିଫ୍ଟ । ଅନଗୁଳ ପଞ୍ଚମହଲା ନିକଟସ୍ଥ ଆଦିମାତା ନଗରରେ ଅନୁଷ୍ଠିତ ହୋଇଥିବା ଏକ ବାହାଘରର ଭୋଜିରେ ଏହି ନିଆରା ଉପହାର ଦିଆଯାଇଛି । ସାଙ୍ଗମାନେ ପିଆଜକୁ ଗିଫ୍ଟ ପ୍ୟାକରେ ଆଣିଥିଲେ। ବର କନ୍ୟା ବି ଏହାକୁ ଖୁସୀର ସହ ଗ୍ରହଣ କରିଛନ୍ତି ।

{"id":195749,"sizeSlug":"large"}

ପିଆଜ ଦର ୧୫୦ ଟପିଥିବା ବେଳେ ଏବେ ଏହି ନିଆରା ଉପହାରକୁ ନେଇ ଅନୁଗୁଳରେ ଚର୍ଚ୍ଚା ଜୋର ଧରିଛି ।  ଅନେକ ହୋଟେଲ୍‌ର ମେନୁରୁ ପିଆଜ ଗାଏବ ହୋଇଯାଇଥିବା ବେଳେ , ଏବେ ପିଆଜକୁ ନେଇ ସୋସିଆଲ୍‌ ମିଡିଆରେ ବିଭିନ୍ନ ଭାଇରାଲ୍‌  ଦୃଶ୍ୟ ଦେଖିବାକୁ ମିଳୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.