କାନ୍ଦୁଛନ୍ତି ପିଆଜ ଚାଷୀ

Published By : Prameya-News7 Bureau | May 13, 2018 IST

ଆଳୁ ଓ ପିଆଜର ଦର ବୃଦ୍ଧି ପାଇଁ ସରକାର ସବୁବଳେ ଅଡୁଆରେ ପଡୁଛନ୍ତି । ମାତ୍ର ଉତ୍ପାଦନ ସମୟରେ କିଭଳି ଏହି କୃଷିଜାତ ଦ୍ରବ୍ୟକୁ ସଂଗୃହିତ କରି ଉପଯୁକ୍ତ ଭାବେ ସାଇତି ରଖା ଯାଇ ପାରିବ ତାର ସଫଳ ଉପାୟ ଖୋଜି ପାଉନଥିବା ଲକ୍ଷ୍ୟ କରାଯାଇଛି । ଦେବଗଡ଼ ଜିଲ୍ଲାର ୬୦୦ ହେକ୍ଟର ଜମିରେ ପିଆଜ ଚାଷ ହେଉଛି । ପିଆଜର ଉତ୍ପାଦନ ପାଇଁ ଦେବଗଡ଼ ଜିଲ୍ଲାର ରିଆମାଳ ବ୍ଲକ ଅଞ୍ଚଳ ପ୍ରସିଦ୍ଧ ଲାଭ କରିଥିବା ବେଳେ ଏହାର ଅଭାବୀ ବିକ୍ରି ଏବେ ଚାଷୀ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି । ଚଳିତ ବର୍ଷ ଉତ୍ପାଦନ ସମୟରେ ଅଦିନିଆ ବର୍ଷ। ଓ କୁଆପଥରମାଡ଼ ଯୋଗୁଁ ପିଆଜ ନଷ୍ଟ ହୋଇଥିବା ବେଳେ ଏବେ ବିକ୍ରି ବେଳେ ଚାଷୀ ନିଜ ଉତ୍ପାଦିତ ପିଆଜର ସଠିକ୍ ମୂଲ୍ୟ ପାଇ ପାରୁ ନାହିଁ । ଧାର କରଜ କରି ଚାଷ କରୁଥିବା ଚାଷୀ ଉତ୍ପାଦନ ପରେ କିଭଳି ଶୀଘ୍ର ବିକ୍ରି କରି ଟଙ୍କା ପରିଶୋଧ କରିବ ସେହି ଆଶାରେ ରହିଛି । ଫଳରେ ସଠିକ୍ ମୂଲ୍ୟ ପାଇ଼ ପାରୁ ନାହିଁ , ମାତ୍ର ଏହାର ଲାଭ ଦଲାଲ ପାଖକୁ ଯାଇଛି । ପିଆଜ ଚାଷୀକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ବିଭିନ୍ନ ଯୋଜନା କରୁଛନ୍ତି । ଖାସ କରି ପିଆଜକୁ ସାଇତି ରଖିବା ପାଇଁ ’ପିଆଜ ଘର’ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି । ମାତ୍ର ବିକ୍ରି ପାଇଁ ସରକାରୀ ସ୍ତରରେ ମଣ୍ଡିର ବ୍ୟବସ୍ଥା ନଥିବା ବିଭାଗୀୟ ଅଧିକାରୀ ସ୍ବୀକାର କରିଛନ୍ତି । ଚାଷୀମାନେ ଉତ୍ପାଦନ ପରେ ତିନିରୁ ଚରିମାସ ପିଆଜକୁ ସାଇତି ରଖିଲେ ପିଆଜର ଅଧତ୍କ ମୂଲ୍ୟ ପାଇ ପାରିବେ ବୋଲି ବିଭାଗୀୟ ଅଧତ୍କାରୀ ପରାମର୍ଶ ଦେଇଛନ୍ତି । ପିଆଜ କେତେବେଳେ ଚାଷୀକୁ କନ୍ଦାଉଛି ତ ଆଉ କେତେବେଳେ ଗ୍ରାହକକୁ କନ୍ଦାଉଛି । ଉତ୍ପାଦନ ସମୟରେ ପିଆଜର ବିକ୍ରି ପାଇଁ ମଣ୍ଡି କରି ଚଷୀକୁ ଉଚିତ ମୂଲ୍ୟ ପ୍ରଦାନ କରି ପିଆଜ କିଣି ସଠିକ୍ ଭାବରେ ସାଇତି ରଖିବାର ଭୟ ପିଆଜ ଚଷୀ ଓ ଗ୍ରାହକ ଲାଭ ପାଇ ପାରନ୍ତେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.