ପନିପରିବା ମୂଲ୍ୟ ବୃଦ୍ଧିରେ ବଡ଼ ନିଷ୍ପତ୍ତି, ଏବେ ଏହି ସବୁ ଦେଶକୁ ରପ୍ତାନୀ ହେବନି ପିଆଜ

Published By : Prameya-News7 Bureau | September 14, 2020 IST

ନୂଆଦିଲ୍ଲୀ ୧୪।୯: ସାରା ଦେଶରେ ପନିପରିବା ଦର ଏବେ ଆକାଶ ଛୁଆଁ। ଏଥିରେ ଅତ୍ୟାବଶ୍ୟକୀୟ ପରିବା ଆଳୁ ଓ ପିଆଜ ଦର ମଧ୍ୟ ବଢ଼ିଛି। ତେବେ ପିଆଜ ମୂଲ୍ୟ ଅନିୟନ୍ତ୍ରିତ ହୋଇଯାଉଥିବାରୁ ସରକାର ଚଳିତବର୍ଷ ପିଆଜ ରପ୍ତାନି ଉପରେ କଟକଣା ଜାରି କରିଛନ୍ତି। ଡାଇରେକ୍ଟର ଜେନେରାଲ ଅଫ ଫରେନ ଟ୍ରେଡ୍ (ଡିଜିଏଫଟି)ଙ୍କ ନୋଟିଫିକେସନ ଅନୁସାରେ ସବୁ ପ୍ରକାରର  ପିଆଜ ରପ୍ତାନି ଉପରେ ତତ୍କାଳ ରୋକ ଲଗାଯାଇଛି।

ଏହି ନୋଟିଫିକେସନ ଅନୁସାରେ ବେଙ୍ଗାଲୁରୁ ରୋଜ ଓ କୃଷ୍ଣାପୁରମ ପିଆଜର ରପ୍ତାନି ମଧ୍ୟ ବନ୍ଦ ହୋଇଯାଇଛି। ସୂଚନା ଅନୁସାରେ ଦେଶରେ ପିଆଜ ଦର ବୃଦ୍ଧି ହେବାରେ ଲାଗିଛି। ତେବେ ଏପରି ମୂଲ୍ୟ ବୃଦ୍ଧିକୁ ସାମୟିକ କୁହାଯାଇଛି। କୋଭିଡ଼୍‌- ୯ ମହାମାରୀ କାଳରେ ବିଦେଶକୁ ଭରପୁର ପିଆଜ ରପ୍ତାନି କରିଛି ଭାରତ। ତେବେ ଏବେ ଉପୁଜିଥିବା ପରିସ୍ଥିତିରେ ପିଆଜ ପ୍ରତି କ୍ୱିଣ୍ଟଲ ଦର ୨ହଜାର ୫୦ ଟଙ୍କାରେ ପହଞ୍ଚିଛି।

ଗତ ଏପ୍ରିଲ- ଜୁନ୍‌ମାସରେ ବିଦେଶକୁ ୧୯.୮ କୋଟି ଡଲାରର ପିଆଜ ରପ୍ତାନି କରିଛି ଭାରତ। ଚଳିତବର୍ଷର ରପ୍ତାନି ଗତବର୍ଷ ତୁଳନାରେ ଅଧାରୁ ବି କମ ରହିଛି। ଗତବର୍ଷ ଏହି ସମୟରେ ଭାରତ ବିଦେଶକୁ ୪୪ କୋଟି ଡଲାରର ପିଆଜ ରପ୍ତାନି କରିଥିଲା। ସାଧାରଣତଃ ଭାରତରୁ ବାଂଲାଦେଶ, ୟୁଏଇ, ମାଲେସିଆ ଓ ଶ୍ରୀଲଙ୍କାକୁ ପିଆଜ ରପ୍ତାନି ହୋଇଥାଏ। ତେବେ ଚଳିତବର୍ଷ ଆଗୁଆ ରପ୍ତାନି କଟକଣା ଜାରି ହୋଇଥିଲେ ମଧ୍ୟ ଏବେ ଖୋଲା ବଜାରରେ ପ୍ରତି କେଜି ୪୫ରୁ ୫୦ ଟଙ୍କା ଦରରେ ବିକ୍ରି ହେଉଛି। ପରିସ୍ଥିତି ଏବେ ଏପରି ହୋଇଛି ଯେ ପଚାସଢା ପିଆଜ ମଧ୍ୟ କେଜି ପିଛା ୨୫ ଟଙ୍କା ଦରରେ ବିକ୍ରି ହେଉଥିବାଜଣାପଡିଛି।

ତେବେ ଏସିଆର ସର୍ବ ବୃହତ୍ତ ପରିବା ମଣ୍ଡି ଆଜାଦପୁରରେ ପ୍ରତି କେଜି ପିଆଜ ଏବେ ୨୬ରୁ ୩୭ ଟଙ୍କା ଦରରେ ବିକ୍ରି ହେଉଥିବା ଜଣାପଡିଛି। ତେବେ ଦରବୃଦ୍ଧିର କାରଣ ନେଇ ବ୍ୟବସାୟୀ ଯାହା କହନ୍ତି ତାହା ହେଉଛି ବର୍ଷାରେ ପିଆଜ ଫସଲ  ନଷ୍ଟ ହେବା। ଗତ ଦିନରେ କର୍ଣ୍ଣାଟକରେ ହୋଇଥିବା ଭିଷଣ ବର୍ଷା ଯୋଗୁ ଖେତରେ ଛିଡା ହୋଇଥିବା ପିଆଜ ଫସଲରେ ପାଣି ପଶି ଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.