Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ପ୍ରତିକ୍ଷାର ଅନ୍ତ, ଆଜିଠୁ ବିନା କୋଭିଡ଼ ରିପୋର୍ଟରେ କାଳିଆ ଦର୍ଶନ
  • ||
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||

ପିଆଜ ରପ୍ତାନୀ ବନ୍ଦ-ଦିଲ୍ଲୀ ପରି ଓଡ଼ିଶାରେ ସରକାର କମ୍‌ ଦରରେ ପିଆଜ ଯୋଗାଇବାକୁ ଦାବି

29/09/2019 at 6:00 PM

ନୂଆଦିଲ୍ଲୀ ୨୯।୦୯ – ପିଆଜର ଦରବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଆକ୍ସନ ମୋଡ଼କୁ ଆସିଛନ୍ତି। ବାଣିଜ୍ୟ ମନ୍ତ୍ରଣାଳୟ ପିଆଜ ରପ୍ତାନୀ ଉପରେ କଟକଣା ଜାରି କରିଛି। ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ପିଆଜ ରପ୍ତାନୀ ବନ୍ଦ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ସେପଟେ ଦିଲ୍ଲୀ ସରକାର ମୋବାଇଲ ଭ୍ୟାନ ଓ ରେସନ ଦୋକାନ ମାଧ୍ୟମରେ ପିଆଜ କେଜି ପ୍ରତି ୨୩ ଟଙ୍କା ୯୦ ପଇସାରେ ବିକ୍ରି କରୁଛନ୍ତି। ଦିଲ୍ଲୀକୁ ଦେଖି ଓଡ଼ିଶାରେ ମଧ୍ୟ ଦାବି ହେଲାଣି ସମାନ ଢଙ୍ଗରେ ପିଆଜ ଯୋଗାଇ ଦେବାକୁ ।…

ଆକାଶ ଛୁଆଁ ପିଆଜ ଦର । କେଜି ପ୍ରତି ୬୦-୭୦ରୁ ୮୦ ଟଙ୍କା ଉପରେ ବିକ୍ରି ହେଉଛି ପିଆଜ । ସାରା ଦେଶରେ ଏହାକୁ ନେଇ ଅସନ୍ତୋଷ ବୃଦ୍ଧି ପାଇବା ଦେଖି ଆଜି ଆକ୍ସନ ମୋଡ୍‌କୁ ଆସିଛି କେନ୍ଦ୍ର । ବିଦେଶକୁ ପିଆଜ ରପ୍ତାନୀ ଉପରେ ବାଣିଜ୍ୟ ମନ୍ତ୍ରାଳୟ କଟକଣା ଜାରି କରିଛି । ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ପିଆଜ ରପ୍ତାନୀ ନକରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ପିଆଜ ଉତ୍ପାଦନକାରୀ ନାଗପୁର ଓ ନାସିକ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ପିଆଜ ଉତ୍ପାଦନ କମିଛି। ଫଳରେ ଦେଶବ୍ୟାପୀ ପିଆଜ ଦର ହୁ ହୁ ହୋଇ ବଢ଼ିଚାଲିଛି । ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବା ପୂର୍ବରୁ ଆଜି ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଯାଇଛି ।…

ସେପଟେ ଲୋକଙ୍କୁ ଶସ୍ତାରେ ପିଆଜ ଯୋଗାଇବା ପାଇଁ ପଦକ୍ଷେପ ନେଇଛନ୍ତି ଦିଲ୍ଲୀ ସରକାର । ଶନିବାରଠାରୁ ମୋବାଇଲ୍ ଭ୍ୟାନ ଏବଂ ରେସନ ଦୋକାନ ମାଧ୍ୟମରେ କେଜି ପ୍ରତି ୨୩ ଟଙ୍କା ୯୦ ପଇସାରେ ପିଆଜ ଯୋଗାଇ ଦେଉଛନ୍ତି । ଲୋକଙ୍କୁ  ଯେଭଳି ସୁବିଧାରେ ପିଆଜ ମିଳିବ ସେଥିପାଇଁ ଆପ୍ ବିଧାୟକ ମାନେ ମଧ୍ୟ ନିଜନିଜ ନିର୍ବାଚନ ମଣ୍ଡଳୀ ଅଭିମୁଖେ ବାହାରି ଯାଇଛନ୍ତି ।      

 ଏବେ ପ୍ରଶ୍ନ ଉଠୁଛି ଦିଲ୍ଲୀରେ ଯଦି ଲୋକଙ୍କୁ ଶସ୍ତାରେ ପିଆଜ ଯୋଗାଇବା ସମ୍ଭବ ହେଉଛି, ଏନେଇ ଆପ୍ ସରକାର ପଦକ୍ଷେପ ନେଉଛନ୍ତି ଓଡ଼ିଶାରେ କାହିଁକି ନୁହେଁ । ଏନେଇ ରାଜ୍ୟରେ  ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଉତ୍ତର ହେଉଛି, ପିଆଜ ନେଇ ମୋତେ କିଛି ପଚାରନି ।

ସେପଟେ କେନ୍ଦ୍ର ଖାଉଟି ଯୋଗାଣ ମନ୍ତ୍ରୀ ରାମବିଳାସ ପାଶ୍ବାନ କହିଛନ୍ତି ଯେ, କେନ୍ଦ୍ର ପାଖରେ ପର୍ଯ୍ୟାପ୍ତ ପରିମାଣର ପିଆଜ ଷ୍ଟକ ରହିଛି । ବିଭିନ୍ନ ରାଜ୍ୟକୁ ଏହା ପଠାଇବା ପରେ ଦର ହ୍ରାସ ହେବ ।… 

   Related Posts