Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ମୂଲ୍ୟ ହ୍ରାସ ଯୋଗୁ ଉଜୁଡିଥିବା ଚାଷୀଙ୍କ ଭାଗ୍ୟ ସଜାଡିଦେଲା ପିଆଜ, ଋଣମୁକ୍ତ ହେଲେ କର୍ଣ୍ଣାଟକ ଚାଷୀ ମଲ୍ଲିକାର୍ଜ୍ଜୁନ

15/12/2019 at 4:26 PM

ବେଙ୍ଗାଲୁରୁ :  କିଛି ସମୟ ପୂର୍ବରୁ ଦେଶରେ ପିଆଜ ଦର ଚିନ୍ତାଜନକ ଥିଲା। ପରିସ୍ଥିତିର ମୁକାବିଲା ଲାଗି ସରକାରଙ୍କୁ ବିଦେଶରୁ ପିଆଜ ଆମଦାନୀ କରିବାକୁ ବାଧ୍ୟ ହେଲେ। ତେବେ ଏହି ସମୟରେ କର୍ଣ୍ଣଟାକ ଚିତ୍ରଦୁର୍ଗ ଜିଲ୍ଲାର ପିଆଜ ଚାଷୀ ମଲ୍ଲିକାର୍ଜୁନ ଦେଶରେ ଉପୁଜିଥିବା ପରିସ୍ଥିତିକୁ ଅନେକାଂଶରେ ଲାଘବ କରିବାରେ ସହାୟକ ହେବା ସହ ଚାଷ ଲାଗି କରିଥିବା ସମସ୍ତ ଋଣ ପରିଷୋଧ କରିବାକୁ ସକ୍ଷମ ହୋଇଛନ୍ତି।

ଗତ ଅମଳ ଋତୁରେ  ପିଆଜ ଅମଳ ପରେ ହଠାତ୍ ଦର ଖସି ଯାଇଥିଲା। ଏଣୁ ଦେଶର ପିଆଜ ଚାଷୀଙ୍କୁ ବିପୁଳ କ୍ଷତିର ସମ୍ମୁଖୀନ ହେବାକୁ ପଡିଥିଲା। ସରକାର ଚାଷୀଙ୍କ ଲାଗି ବଜାର ଯୋଗାଡ କରି ନ ପାରିବାରୁ ଅସନ୍ତୁଷ୍ଟ ଚାଷୀ ଟ୍ରାକ୍ଟର ଟ୍ରାକ୍ଟର ପିଆଜ ରାସ୍ତାରେ ଓଜାଡି ଥିଲେ। ଏଥିରେ ମଲ୍ଲିକାର୍ଜ୍ଜୁନ ମଧ୍ୟକ୍ଷତିଗ୍ରସ୍ତ ହୋଇଥିଲେ। ଭାବିଥିଲେ ଆଉ କେବେ ପିଆଜ ଚାଷ କରିବେନି। ହେଲେ ଚାଷୀପୁଅ ଖାଲି ବସିପରିବନି।

ଏଥର ଚାଷ କଲେ ହେଲେ  ଅଧିକ ଜମିରେ। ତାଙ୍କର ୧୦ ଏକର ଜମିରେ ସେ ପିଆଜ ଚାଷ କରନ୍ତି। ଗତ ଅମଳ ଋତୁରେ ହୋଇଥିବା କ୍ଷତିକୁ ନଡରି ଅନ୍ୟଚାଷୀଙ୍କ ଠାରୁ ବିଲ ଭାଗକୁ ଆଣି ଅଧିକ ୧୦ ଏକର ଚାଷ କରିଥିଲେ। ଚଳିତବର୍ଷ ପାଣିପାଗ ପ୍ରଥମରୁ ତାଙ୍କୁ ଡରାଇଥିଲା। ହେଲେବି ସେ ବେଶ ଆଶାୟୀ ଥିଲେ। ମଲ୍ଲିକାର୍ଜୁନ ଯାହା ଭାବିଥିଲେ ସେଇଆ ହିଁ ହେଲା। ଖରାପ ପାଗ ଯୋଗୁ ବ୍ୟବସାୟୀଙ୍କ ମହଜୁଦ ନଷ୍ଟ ହେବାରୁ ଦେଶରେ ପିଆଜ ସଙ୍କଟ ଦେଖାଦେଇଥିଲା। ଯେତେବେଳେ ପ୍ରତି କେଜି ପିଆଜ ୧୦୦ ଟଙ୍କା ଉପରକୁ ଚଢିବାରେ ଲାଗିଲା ଠିକ୍ ସେତିକିବେଳେ ସେ ତାଙ୍କର ଫସଲ ଅମଳ ଆରମ୍ଭ କରିଥିଲେ।

ଖେତରୁ ପିଆଜ ଉପୁଡା ନସରୁଣୁ ଟ୍ରକ୍ ଟ୍ରକ ପିଆଜ ବୁହାହୋଇ ଦେଶର ବିଭିନ୍ନ ମଣ୍ଡିରେ ପହ଼ଞ୍ଚିବାରେ ଲାଗିଥିଲା। ସେ ୨୦ ଏକର ଜମିରୁ ପ୍ରାୟ ୨୪୦ ଟନ ପିଆଜ ଅମଳ କରିଛନ୍ତି। ଚାଷରେ ସେ ୧୫ଲକ୍ଷ ଟଙ୍କା ନିବେଶ କରିଥିଲେ। ଭାବିଥିଲେ କିଛି ନ ହେଲେ ମୂଳ ଉଠିବ। ହେଲେ ଚଳିତବର୍ଷ ଅମଳ ତାଙ୍କର ପୁରୁଣା କ୍ଷତି ବି ଭରଣା କରିଦେଇଛି। ସେ ଅମଳ ଆରମ୍ଭ କରିବା ବେଳେ ପ୍ରତି କ୍ୱିଣ୍ଟଲ ୭ ହଜାର ଟଙ୍କା ଦରରେ ବିକିଥିଲେ। ହେଲେ ଦେଖୁ ଦେଖୁ ଦର ପ୍ରତି କ୍ୱିଣ୍ଟଲ ୧୨ ହଜାର ଟଙ୍କାରେ ପହଞ୍ଚିଥିଲା। ତେବେ ଚାଷୀକୁ ଦୂରଦର୍ଶି ହେବାକୁ ପଡିବ ବୋଲି କହିଛନ୍ତି ମଲ୍ଲିକାର୍ଜ୍ଜୁନ।  

   Related Posts