Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ପିଆଜ@୧୫୦ – ସରକାର ଯେତେ ଯାହା କଲେବି ଫଳ ଶୂନ

5/12/2019 at 6:11 PM

କଟକ/ଭୁବନେଶ୍ୱର ୦୫।୧୨ –  ଦେଢ଼ ଶହ ଛୁଇଁଲା ପିଆଜ । ବଜାରରେ ବେପାରୀଠୁ ଗ୍ରାହକ ଯିଏ ଯେତେ ହୋ-ହଲ୍ଲା କଲେ ବି ଫଳ ଶୂନ୍‌ । ପିଆଜ ସଂକଟକୁ ନେଇ ଯେତେବେଳେ ଯୋଗାଣ ବିଭାଗ ହାତ ଟେକି ଦେଇଛି, ସେତେବେଳେ ଏଭଳି ହୋ-ହଲ୍ଲାର କିଛି ବି ମତଲବ ନାହିଁ । ବାହାରୁ ପିଆଜ ଆସିଲେ ହିଁ ଦର କମିପାରେ । ହେଲେ ରାଜ୍ୟରେ ଏଭଳି ସଂକଟ ବେଳେ ଆଜି ପର୍ଯ୍ୟନ୍ତ କୋଉଠି ପିଆଜ ମହଜୁଦ୍‌କାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କାହିଁକି ହେଉନି ତାକୁ ନେଇ ଉଠିଛି ପ୍ରଶ୍ନ ?

କାଲି ଶୁଣାଯାଉଥିଲା । ଆଜି ତାହା ଦେଖିବାକୁ ମିଳିଲା । ମାନେ ବଜାରରେ ପିଆଜ ଦର ୧୫୦ ଛୁଇଁଗଲା । ଯେତେବେଳେ କଟକ ଛତ୍ର ବଜାରେ ପିଆଜ ୧୫୦, ସେଠି ବାକି ମାର୍କେଟ କଥା କ’ଣ କହିବା । ଗଲା ୨-୪ଦିନ ଭିତରେ  ପ୍ରତିଦିନ ୧୦-୧୫-୨୦ ବଢ଼ି ଶହେରୁ ଦେଢ଼ଶ‘ରେ ପହଞ୍ଚିଲାଣି ପିଆଜ । ବଜାରରେ ବେପାରୀଙ୍କ ଠାରୁ ଆରମ୍ଭ କରି ଗ୍ରାହକଙ୍କ ପର୍ଯ୍ୟନ୍ତ ଖାଲି କ୍ୟାମେରା ଦେଖି ସିନା ହୋ-ହଲ୍ଲା କରୁଛନ୍ତି, ହେଲେ ପରିସ୍ଥିତିକୁ ନେଇ ଯୋଗାଣ ବିଭାଗ କିନ୍ତୁ ଚୁପ୍‌ । ଚୁପ୍‌ ରହିବେନି ବା କେମିତି ? ବାହାରୁ ପିଆଜ ଆସିବା ଯାଏଁ, ସେମାନଙ୍କ ହାତରେ ବି କିଛି ନାହିଁ । ମନ୍ତ୍ରୀ ତ ପୂରା ହାତ ଟେକିଦେଇଛନ୍ତି । ଯାହାକୁ ଦେଖି କିଛି ବେପାରୀ ମଧ୍ୟ ମଉକାର ଧୁମ୍‌ ଫାଇଦା ଉଠାଇବାରେ ମାତିଛନ୍ତି । ଖାଲି ଯାହା ତୁଣ୍ଡ ସାରୁଛନ୍ତି ବିଚରା ଗ୍ରାହକ ।

ପଖାଳ କଂସା ପାଖରୁ ପିଆଜ ଗାଏବ୍‌ ହୋଇଯାଇଛି । ମାଛମାଂସ ପ୍ରିୟ ଲୋକଙ୍କ ପାଟି ବି ଅସ୍ବାଦ ଧରିଲାଣି । ବିନା ପିଆଜରେ କେମିତି ଚଳିବ ମଣିଷ । ମନ ସହୁନି, ସେଥିପାଇଁ ଯିଏ ଯାହା ପାରୁଛନ୍ତି ଗୁଡ଼ାଏ ବକି ଯାଉଛନ୍ତି । ହେଲେ କ’ଣ ହେବ ପିଆଜ ଥିଲେ ତ ମିଳିବ ।

ସବୁ ବର୍ଷ ଏଇ ଦିନରେ ପିଆଜ ସଂକଟ ଦେଖାଦେଉଛି । ଆମ ରାଜ୍ୟରେ ଉତ୍ପାଦନ ହେଉଥିବା ପିଆଜ ତକ ଯଦି ଆମେ ରଖିପାରନ୍ତେ ତାହେଲେ ବି ଏତେ ଅସୁବିଧା ହୁଅନ୍ତା ନାହିଁ । ହେଲେ ସେକଥା କିଏ ବୁଝୁଛି । ସବୁ କଥା ପାଇଁ ଅନ୍ୟ ରାଜ୍ୟ ଉପରେ ଭରସା କଲେ ଏମିତି ହିଁ ଦଶା ଭୋଗିବାକୁ ପଡ଼ିବ ।

ସଂସଦରୁ ସଡ଼କ ଏବେ ପିଆଜକୁ ନେଇ ହୋ-ହଲ୍ଲା ଚାଲିଛି । ରାଜନୀତି ବି ଖୁବ୍‌ ହେଉଛି । ହେଲେ ଏସବୁର ମତଲବ କିଛି ନାହିଁ । ମାର୍କେଟକୁ ନୂଆ ପିଆଜ ଆସିବା ପର୍ଯ୍ୟନ୍ତ ଏ ତାତି ଏମିତି ରହିବ ।

   Related Posts