ଖାଦ୍ୟକୁ ଅଧିକ ସ୍ୱାଦିଷ୍ଟ କରିବା ଲାଗି ସେଥିରେ ଆମେ ମସଲାର ଉପଯୋଗ କରୁ। ଯେଉଁଥିରେ ପିଆଜ ଓ ରସୁଣ ଭଳି ପରିବା ମଧ୍ୟ ବ୍ୟବହୃତ ହୁଏ। ଉଭୟ ପିଆଜ ଓ ରସୁଣର ଔଷଧିୟ ଗୁଣ ରହିଛି। ତେବେ ଖାଇବା ଯୋଗୁ ପାଟି ଗନ୍ଧେଇବା କାରଣରୁ ଅନେକ ଏହାକୁ କଞ୍ଚା ଖାଇବାକୁ ପସନ୍ଦ କରିନଥାନ୍ତି। ତେବେ ପିଆଜ କଞ୍ଚା ଖାଇବାରେ ଶରୀରକୁ ମିଳୁଥିବା ଲାଭ ସମ୍ପର୍କରେ ଆସନ୍ତୁ ଜାଣିବା।
{"id":133292}ଯେଉଁମାନେ ନିୟମିତ ଖାଇବାରେ କଞ୍ଚା ପିଆଜ ଖାଆନ୍ତି ସେମାନଙ୍କର ଦାନ୍ତ ମଜଭୁତ ହୁଏ। କଞ୍ଚା ପିଆଜ ଯୋଗୁ ଦାନ୍ତମୂଳରେ ଲାଗି ରହୁଥିବା ବ୍ୟାକ୍ଟେରିଆ ନଷ୍ଟ ହୋଇଯାଆନ୍ତି ଏଣୁ ଦାନ୍ତ ମଜଭୁତ ଓ ଦୀର୍ଘସ୍ଥାୟୀ ହୁଏ। କେବଳ ଦାନ୍ତ ନୁହେଁ ମାଢିର ବି ଏଥି ଯୋଗୁ ସୁରକ୍ଷା ହୋଇଥାଏ। ଫଳରେ ବୟସାଧିକ୍ୟରେ ବି ଆପଣ ଦାନ୍ତରେ ଖାଇ ପାରନ୍ତି। କେବଳ ସେତିକି ନୁହେଁ କଞ୍ଚା ପିଆଜ ଯୋଗୁ ପେଟର ସମସ୍ୟା ମଧ୍ୟ ଦୂର ହୋଇଥାଏ।
{"id":133293}କଞ୍ଚା ପିଆଜ ପାଚନ ତନ୍ତ୍ର ସମ୍ବଧିତ ସମସ୍ୟାର ଦୂରିକରଣ କରି ସ୍ୱାସ୍ଥ୍ୟକୁ ସୁସ୍ଥ ରଖିଥାଏ। ନିୟମିତ କଞ୍ଚା ପିଆଜ ଖାଇବା ଯୋଗୁ ପେଟ ଗରମ ଦୂର ହେବା ସହିତ ପାଚନ ସମ୍ବଦ୍ଧିତ ସମସ୍ୟା ମଧ୍ୟ ଦୂର ହୁଏ। ଏଣୁ ବଦହଜମୀ ଭଳି ସମସ୍ୟାର ମୁକ୍ତି ମିଳିଥାଏ। ଖାଦ୍ୟରେ ସାଲାଡ ଭାବେ କଞ୍ଚା ପିଆଜ ଖିଆଯାଇପାରେ। ଏହା ଦ୍ୱାରା ରକ୍ତ ସୋଧନ ବି ହୁଏ।