ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା : ରାଜଭବନ ସମ୍ମୁଖରେ କଂଗ୍ରେସର ଧାରଣା

Published By : Prameya-News7 Bureau | October 31, 2019 IST

ଭୁବନେଶ୍ବର ୩୧।୧୦: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ହରିଦାସପୁର ପଞ୍ଚାୟତର ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ବିରୋଧୀ ପୁଣି ସକ୍ରିୟ ହୋଇଛନ୍ତି। ମାମଲାର  ସିବିଆଇ ତଦନ୍ତ ଦାବି କରି ଆଜି କଂଗ୍ରେସ ରାଜଭବନ ସମ୍ମୁଖରେ ଧାରଣା ଦେବା ସହ ପ୍ରତିବାଦ କରିଛି । ଏହା ସହ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଦେବ । ଏଥିରେ କଂଗ୍ରେସ ନେତା, କର୍ମୀ, ମହିଳା କଂଗ୍ରେସ, ଯୁବ କଂଗ୍ରେସର କର୍ମକର୍ତ୍ତାମାନେ ଯୋଗ ଦେଇଛନ୍ତି । 

ସେପଟେ ଆସନ୍ତାକାଲି ବିଜେପି ବିଧାୟକ ଦଳର ଏକ ଟିମ୍ ଯାଜପୁର ଗସ୍ତ କରିବ । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ନେତୃତ୍ବରେ ଏହି ଟିମ୍ ଘଟଣାସ୍ଥଳ ପରିଦର୍ଶନ ସହ ସ୍ମିତାରାଣୀଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିବ ।  ସ୍ମିତାରାଣୀଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାକୁ ଆତ୍ମହତ୍ୟାର ରୂପ ଦେଇ ବାଏଁବାଏଁ ଉଡାଇ ଦେବାକୁ ପୋଲିସ ବସିଥିବା ବିରୋଧୀ ଦଳ ଅଭିଯୋଗ କରିଛନ୍ତି । କେଉଁ ପରିସ୍ଥିତିରେ ପୋଲିସ ଏହାକୁ ଆତ୍ମହତ୍ୟାର ରୂପ ଦେଲା, ତାହା ଜଣାପଡ଼ିନାହିଁ। ପୋଲିସ ତଦନ୍ତ ବି ଅଧିକ ବାଟ ଆଗେଇପାରିନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.