Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ସାମୁଦ୍ରିକ ବାତ୍ୟା ‘ତାଉତେ’ ବେଳେ କର୍ତ୍ତବ୍ୟରେ ଗୁରୁତର ଅବହେଳା କରିଥିଲେ ONGC ଅଧିକାରୀ, ୩ ନିଲମ୍ବିତ

4/06/2021 at 7:03 PM

ନୂଆଦିଲ୍ଲୀ ୪।୬: ଘୂର୍ଣ୍ଣିବାତ୍ୟା ତାଉତେ ଯୋଗୁ ମୁମ୍ବାଇ ସମୁଦ୍ରରେ ବୁଡି ଯାଇଥିବା ବର୍ଜ ପି-୩୦୫ ଓ ଟଗବୋଟ ‘ବରପ୍ରଦା’ ନେଇ  ତୈଳ ଓ ପ୍ରାକୃତିକ ଗ୍ୟାସ୍‌ କର୍ପୋରେସନ (ଓଏନଜିସି) କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିରେ ନିଗମ ୩ ଜଣ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କୁ ଚାକିରୀରୁ ନିଲମ୍ବନ କରିଛି। ଏ ନେଇ ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟଙ୍କ ଦ୍ୱାରା ଜାରି ଜାଞ୍ଚ ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ଅଧିକାରୀମାନେ ନିଲମ୍ବିତ ରହିବେ ବୋଲି ଜଣାପଡିଛି। 

ପଶ୍ଚିମ ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ତାଉତେ ମୁମ୍ବାଇରେ ଭୀଷଣ କ୍ଷୟକ୍ଷତି କରିଥିଲା। ଏଥିରେ ଓଏନଜିସିର ପ୍ରଭୂତ କ୍ଷତି ହୋଇଥିବା ବେଳେ କେନ୍ଦ୍ର ତୈଳ ଓ ପ୍ରାକୃତିକ ବାସ୍ପ ମନ୍ତ୍ରାଳୟ ଏହାର ତଦନ୍ତ  ନିର୍ଦ୍ଦେଶ ଦେଇଛନ୍ତି। ଏଥିଲାଗି ତଦନ୍ତ କମିଟି ଗଠିତ ହୋଇଥିବା ବେଳେ ନୂଆ ଦିଲ୍ଲୀରେ ଅନୁଷ୍ଠିତ  କମିଟିଙ୍କ ପ୍ରଥମ ବୈଠକରେ ଅଧିକାରୀଙ୍କ ନିଲମ୍ବନ ନିମନ୍ତେ ନିଷ୍ପତ୍ତି ହୋଇଛି।

ମିଳୁଥିବା ସୂଚନା ଅନୁସାରେ ଏହି ୩ ଅଧିକାରୀ ଓଏନଜିସିଙ୍କ ଡ୍ରିଲିଂ, ସେଫ୍ଟି ଓ ଏକ୍ସପ୍ଲୋରେସନ ଦାୟିତ୍ୱରେ ଥିଲେ। ତେବେ ପ୍ରାଥମିକ ଯାଞ୍ଚରୁ ସାମୁଦ୍ରିକ ବାତ୍ୟା ଚେତାବନୀକୁ ଅଧିକାରୀମାନେ ଯେପରି ଗୁରୁତ୍ୱର ସହ ଗ୍ରହଣ କରିବା କଥା ସେପରି ନ କରି  ଖାମଖିଆଲ ହେବା ଯୋଗୁ ଓଏନଜିସିକୁ ଏପରି ଧନଜୀବନ ହାନୀର ସମ୍ମୁଖୀନ ହେବାକୁ ପଡିଛି। ତୋଫାନ ତାଉତେ ଯୋଗୁ ବର୍ଜ ଓ ଟଗବୋଟ୍‌ କ୍ଷତିଗ୍ରସ୍ତ ହୋଇଛି। ଏଥିରେ ଥିବା ଲୋକଙ୍କ ମଧ୍ୟରୁ ୮୬ ଜଣ ସମୁଦ୍ରରେ ଭାସି ଯାଇ ପ୍ରାଣ ହରାଇଛନ୍ତି। କେବଳ ଏତିକି ନୁହେଁ ଅଧିକାରୀମାନଙ୍କ ଦାୟିତ୍ୱହୀନତା ଯୋଗୁ ବାତ୍ୟାବେଳେ ଓଏନଜିସିଙ୍କ ୭୦୦ରୁ ଅଧିକ କର୍ମଚାରୀଙ୍କ ଜୀବନ ବିପଦରେ ପଡିଯାଇଥିଲା। ତେବେ ନୌସେନା ଓ ତଟରକ୍ଷୀ ଉପଯୁକ୍ତ ସମୟରେ ଅଭିଯାନ ଚଳାଇ କର୍ମଚାରୀଙ୍କ ଜୀବନ ରକ୍ଷା କରିଥିଲେ। ଅତ୍ୟନ୍ତ କଠିନ ପରିସ୍ଥିତିରେ ଏହି ଅଭିଯାନ ଚଳାଯାଇଥିବା ବେଳେ ଫଶି ରହିଥିବା କର୍ମଚାରୀଙ୍କ ଜୀବନ ରକ୍ଷା ହୋଇପାରିଥିଲା।    

   Related Posts