Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିସିସିଆଇର ଘୋଷଣା-ଫେବୃଆରୀ ୧୮ରେ ଚେନ୍ନାଇରେ ହେବ ଆଇପିଏଲ ୨୦୨୧ ପାଇଁ ଖେଳାଳିଙ୍କ ନିଲାମୀ
  • ||
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୮ କୋଭିଡ୍ ପଜିଟିଭ୍‌, ୩୩୪୬୬୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୨୨ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

୭୦ ବର୍ଷ ପରେ ଆରମ୍ଭ ହେଲା ତେଲ ଉତ୍ପାଦନ, ଏବେ ଆଗକୁ ବଢିବ ଦେଶର ଅର୍ଥନୀତି

21/12/2020 at 3:26 PM

କୋଲକାତା ୨୧/୧୨ : ବୈଜ୍ଞାନିକ ଏବଂ ଇଂଜିନିୟରମାନଙ୍କର ପ୍ରାୟ ୭୦ ବର୍ଷର ପରିଶ୍ରମ ପରେ ପଶ୍ଚିମବଙ୍ଗରେ ତେଲ ଉତ୍ପାଦନ ଆରମ୍ଭ ହୋଇଛି । ପଶ୍ଚିମବଙ୍ଗ ରାଜଧାନୀ କୋଲକାତା ଠାରୁ ୫୦ କିମିଦୂର ୨୪ ପ୍ରଗଣା ଜିଲ୍ଲାର ଅଶୋକନଗରର ଏକ କୂଅରୁ ତେଲ ଉତ୍ପାଦନ ଆରମ୍ଭ କରାଯାଇଛି । ଏହା ସହିତ ଆଉ ପାଦେ ଆଗେଇଛି INGC । ରବିବାର କେନ୍ଦ୍ର ପ୍ରାକୃତିକ ଗ୍ୟାସ୍ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ତେଲ ଉତ୍ପାଦନ କେନ୍ଦ୍ରକୁ ରାଷ୍ଟ୍ର ପାଇଁ ସମର୍ପଣ କରିଛନ୍ତି ।

ପଶ୍ଚିମବଙ୍ଗରେ ନୂତନ ଭାବେ ଯେଉଁ ପେଟ୍ରୋଲିୟମ ଉତ୍ପାଦନ ଆରମ୍ଭ ହୋଇଛି ତାହା ଦେଶର ଅଷ୍ଟମ ଉତ୍ପାଦନ ବେସିନ୍ । ଏହି ବେସିନରେ ତେଲ ଏବଂ ଗ୍ୟାସ୍ ଭଣ୍ଡାରର ସନ୍ଧାନ ପ୍ରଥମେ ୧୯୪୯ ମସିହାରେ ହୋଇଥିଲା । ତେବେ ବର୍ତ୍ତମାନ ଏଥିରେ ବିପୁଳ ପରିମାଣର ପେଟ୍ରୋଲିୟମ ମହଜୁଦ ଅଛି ଯାହାକି ପଶ୍ଚିମବଙ୍ଗ ଅର୍ଥବ୍ୟବସ୍ଥା ପାଇଁ ବରଦାନ ସଦୃଶ ହେବ ବୋଲି ଅନୁମାନ କରାଯାଉଛି ।

କୋଲକାତାର ଅଶୋକନଗର-୧ରେ ତେଲ କୂଅ ଖୋଜା ପ୍ରାୟ ୭୦ ବର୍ଷ ହେବ ଜାରି ରହିଥିଲା । ତେବେ ବର୍ତ୍ତମାନ ସେଠାରେ ତେଲ ଉତ୍ପାଦନ ଆରମ୍ଭ ହୋଇଯାଇଛି ଏବଂ ଆଗାମୀ ଦିନରେ ନିଯୁକ୍ତି କ୍ଷେତ୍ରରେ ଏବଂ ଦେଶରେ ଅର୍ଥବ୍ୟବସ୍ଥାକୁ ଆଗକୁ ନେବାରେ ଏହା ସହାୟକ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ଏହି କୂଅର ସନ୍ଧାନ ପାଇଁ ଆଇଏନଜିସି ପ୍ରାୟ ୩୩୮୧ କୋଟି ଟଙ୍କା ଖର୍ଚ୍ଚ କରିଛି । ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ବୈଜ୍ଞାନିକ ଏବଂ ଇଂଜିନିୟରମାନଙ୍କର ଅଦମ୍ୟ ପ୍ରୟାସ ଫଳରେ ଏହା ସମ୍ଭବ ହୋଇପାରିଛି । ତେବେ ସେଠାରୁ ତେଲ ଉତ୍ପାଦନ ଆରମ୍ଭ ହୋଇଛି ଏବଂ ଆଗାମୀ ଦିନରେ ବେଙ୍ଗଲର ବିକାଶ କ୍ଷେତ୍ରରେ ଏହା ବେଶ ସହାୟକ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

   Related Posts