Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ଆସୁଛି OnePlus Nord 2 ର ନୂଆ ଲିମିଟେଡ୍‌ ଏଡିସନ୍‌, ବଜାର ପ୍ରବେଶ ପୂର୍ବରୁ ପ୍ରାଇସ୍‌ ଏବଂ ଫିଚର ଲିକ୍‌

9/11/2021 at 8:58 PM

ଭୁବନେଶ୍ବର ୦୯/୧୧ : ୱାନପ୍ଲସ୍ ନର୍ଡ ୨ ସ୍ମାର୍ଟଫୋନର ପ୍ୟାକ୍-ମ୍ୟାନ୍ ଏଡ଼ିସନ ଖୁବ୍ ଶୀଘ୍ର ଭାରତରେ ଲଞ୍ଚ ହେବାକୁ ଯାଉଛି। କମ୍ପାନୀ ଅନଲାଇନ୍ ୱେବସାଇଟ୍ ଆମାଜନରେ ଫୋନର ଏକ ଡେଡିକେଟେଡ ପେଜ ମଧ୍ୟ ପ୍ରସ୍ତୁତ କରିଛି । ଏଥିରୁ ସୂଚନା ଅଛି ଯେ ଫୋନ୍ ଖୁବ ଶୀଘ୍ରର ପ୍ରବାର ପ୍ରବେଶ କରିବ । ବିଶେଷ କଥା ହେଉଛି ଫୋନ୍‌ର ବଜାର ମୂଲ୍ୟ ନିର୍ଦ୍ଧାରଣ ହେବା ପୂର୍ବରୁ ହି ତାହା ପ୍ରଘଟ ହୋଇଯାଇଛି । ୱାନ ପ୍ଲସ ନର୍ଡ ୨ ହେଉଛି କମ୍ପାନୀର ୱାନ ପ୍ଲସ ନର୍ଡ  ସ୍ମାର୍ଟଫୋନର ଦ୍ୱିତୀୟ ମଡେଲ୍ ।

ଆମାଜନ୍ ଇଣ୍ଡିଆ ତାଲିକାରେ ପ୍ରକାଶ ପାଇଛି ଯେ ୱାନ ପ୍ଲସ ନର୍ଡ ୨ର ମୂଲ୍ୟ ଭାରତରେ ୩୭,୯୯୯ ଟଙ୍କା ରହିବ। ୱାନ ପ୍ଲସ ନର୍ଡ ୨ ର ବେସ୍ ଭାରିଆଣ୍ଟ ଠାରୁ ଏହା ୧୦ହଜାର ଟଙ୍କା ଅଧିକ। ଯାହା ୨୭,୯୯୯ ଟଙ୍କା ମୂଲ୍ୟରେ ଉପଲବ୍ଧ ହେଉଛି । ତେବେ ବର୍ତ୍ତମାନ ଫୋନରେ କେଉଁ ସ୍ପେସିଫିକେସନ ଦିଆଯିବ ତାହା ମଧ୍ୟ ଜଣା ପଡିନାହିଁ । କିନ୍ତୁ ଏହା ୧୨ଜିବି + ୨୫୬ ଜିବି ଷ୍ଟୋରେଜ୍ ସହ ଟପ୍ ଭାରିଆଣ୍ଟରେ ବଜାର ପ୍ରବେଶ କରିବ ।

କମ୍ପାନୀ ପକ୍ଷରୁ ଜାରି ସୂଚନା ଅନୁସାରେ, ନୂଆ ୱାନପ୍ଲସ୍ ନର୍ଡ ୨ ଏକ୍ସ ପ୍ୟାକ୍-ମ୍ୟାନ୍ ଏଡିସନରେ ନୂଆ କଲର ସହ ମେଟେରିଆଲ ଫିନିସ୍ ଦେଖିବାକୁ ମିଳିବ। ଫୋନର ପଛ ପ୍ୟାନେଲକୁ ବଦଳାଇ ଦିଆଯାଇଛି । ଏହା ସହିତ ପପୁଲାର ପ୍ୟାକ୍-ମ୍ୟାନ୍‌ରେ ପ୍ରସ୍ତୁତ ଭିଡିଓ ଗେମ୍ ସୁବିଧା ଉପଲବ୍ଧ ହେବ । ଏହା ସମ୍ପୂର୍ଣ୍ଣ ଭାବେ ଏକ ଗେମିଂ ମୋବାଇଲ ହେବ । ଏଥିପାଇଁ ଓ୍ବାନ୍‌ ପ୍ଲସ୍‌ ନିର୍ମାତା ବନ୍ଦାଇ ନାମ୍‌ମୋ ନାମକ ଏକ କମ୍ପାନୀ ସହ ବୁଝାମଣା ସ୍ବାକ୍ଷର କରିଛି ।   ତେବେ ଏହି ମୋବାଇଲର ବଜାର ପ୍ରବେଶ ପୂର୍ବରୁ ହିଁ ଏହାର ପ୍ରାଇସ୍ ଏବଂ ଫିଚର ଲିକ୍‌ ହୋଇଯାଇଛି । ୱାନପ୍ଲସ୍ ନର୍ଡ ୨ ପ୍ୟାକ୍-ମ୍ୟାନ୍ ଲିମିଟେଡ୍ ଏଡିସନରେ ଦିଆଯାଇଥିବା ମିଡିଆଟେକ ଡାଇମେନ୍ସନ୍ ୧୨୦୦ ଚିପସେଟ ସ୍ଥାନରେ କ୍ୱାଲକମ୍ ସ୍ନାପଡ୍ରାଗନ୍ ୭୭୮ଜି ର ସୁବିଧା ଦିଆଯିବ । ତେବେ ବର୍ତ୍ତମାନ ଏହି ସ୍ମାର୍ଟ ଫୋନର ଲଞ୍ଚ ତାରିଖ ବିଷୟରେ କମ୍ପାନୀ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ

   Related Posts