ଓ୍ବାନ୍‌ଡେ ପାଇଁ ବାରବାଟୀରେ ହାଇସ୍କୋରିଂ ପିଚ୍ : ଆଗାମୀ ଟାର୍ଗେଟ୍ ପିଙ୍କ୍ ବଲ୍ ଟେଷ୍ଟ

Published By : Prameya-News7 Bureau | December 12, 2019 IST

କଟକ ୧୨।୧: ବାରବାଟୀ ଦିନିକିଆ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଆଉ ପାଞ୍ଚ ଦିନ ଭିତରେ ବାରବାଟୀ ଫ୍ଲଡ୍ ଲାଇଟ୍ ଦିନିକିଆ ପାଇଁ ପ୍ରସ୍ତୁତ ହେଇଯିବ ବୋଲି ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ । ଏଥର ବାରବାଟୀରେ ତିନି ଶହରୁ ଅଧିକ ସ୍କୋର ହେବା ଭଳି ପିଚ୍ ଓ ଆଉଟଫିଲ୍ଡ ପ୍ରସ୍ତୁତ କରାଯାଇଥିବା ଓସିଏ ସମ୍ପାଦକ କହିଛନ୍ତି । ସେପଟେ ବାରବାଟୀରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍ ଦିନିକିଆ ପରେ ଭାରତ-ଇଂଲଣ୍ଡ ସିରିଜର ଏକ ପିଙ୍କ୍ ବଲ୍ ଟେଷ୍ଟ ଆୟୋଜନର ସମ୍ଭାବନା ରହିଛି ।

{"id":196752,"sizeSlug":"large"}

ମଝିରେ ଆଉ ମାତ୍ର ୯ ଦିନ । ୨୨ ତାରିଖରେ ଶୃଙ୍ଖଳାର ତୃତୀୟ ଦିନିକିଆରେ ବାରବାଟୀରେ ମୁହାଁମୁହିଁ ହେବେ ଭାଇତ ଓ ଓ୍ବେଷ୍ଟଇଣ୍ଡିଜ୍ । ଏଥିପାଇଁ ବାରବାଟୀରେ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚାଲିଛି । ଆଉ ଚାରି ପାଞ୍ଚ ଦିନରେ ବାରବାଟୀ ଷ୍ଟାଡିୟମ୍ ପୁରା ପ୍ରସ୍ତୁତ ହେଇଯିବ ବୋଲି ଓସିଏ ସମ୍ପାଦକ କହିଛନ୍ତି । ଏଥର ବାରବାଟୀରେ ପିଚ୍ ଓ ଆଉଟଫିଲ୍ଡ ଯେପରି ରହିଛି, ତାହା ବ୍ୟାଟ୍ସମ୍ୟାନଙ୍କୁ ସୁହାଇବ ବୋଲି କହିଛନ୍ତି ଓସିଏ ସମ୍ପାଦକ ।

{"id":196754,"sizeSlug":"large"}

ବାରବାଟୀରେ ଶୃଙ୍ଖଳାର ଶେଷ ମ୍ୟାଚ୍ ଖେଳାଯାଉଥିବାରୁ, ଏହିଠାରେ ହିଁ ବିଜୟୀ ଦଳକୁ ଟ୍ରଫି ପ୍ରଦାନ କରାଯିବ । ଏଥିପାଇଁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ନିମନ୍ତ୍ରଣ କରାଯାଇଛି । ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଓସିଏ ନିମନ୍ତ୍ରଣ କରିଛି । ଓଡିଶାର କ୍ରିକେଟ୍ ପ୍ରେମୀଙ୍କ ଆଉ ଗୋଟିଏ ଖୁସି ଖବର ହେଲା, ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଶୃଙ୍ଖଳାର ଏକ ପିଙ୍କ୍ ବଲ୍ ଟେଷ୍ଟ ମ୍ୟାଚ୍ ବାରବାଟୀରେ କରିବା ପାଇଁ ଓସିଏ ବିସିସିଆଇକୁ ପ୍ରସ୍ତାବ ଦେଇଛି ।

{"id":196755,"sizeSlug":"large"}

ବାରବାଟୀର ଐତିହ୍ୟ ସମ୍ପନ୍ନ କ୍ଲକ୍ ଟାଓ୍ବାରକୁ ଏଥର ନୂଆ ରୂପ ଦିଆଯାଉଛି । ରାଜ୍ୟ ବାହାରର ସ୍ଥପତି ଏହି କ୍ଲକ୍ ଟାଓ୍ବାର ନବକଳେବର କାମରେ ନିୟୋଜିତ ହୋଇଛନ୍ତି । ସେପଟେ ୧୯ ତାରିଖରେ ୧୨ଟି କାଉଣ୍ଟରରେ ଟିକଟ୍ ବିକ୍ରି ପାଇଁ ସବୁ ପ୍ରକାର ପ୍ରସ୍ତୁତି ସରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.