ପହିଲି ରଜରେ ଫୁଟିଲା ଗୁଳି, ଯୁବକଙ୍କୁ ଗୁଳିମାଡ କରି ୪ ଦୁର୍ବୃତ୍ତ ଫେରାର

Published By : Prameya-News7 Bureau | June 14, 2020 IST

ଖୋର୍ଦ୍ଧା ୧୪।୬: ପହିଲି ରଜରେ ଫୁଟିଲା ଗୁଳି । ଗୁଳିମାଡରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଦଧିମାଛଗାଡିଆ ଅଞ୍ଚଳରେ କୁଳିକାଣ୍ଡ ଘଟି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

{"id":285902,"sizeSlug":"large"}

ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଦଧିମାଛଗାଡିଆର ବଡ ଶବର ସାହିରେ ରବିବାର ସକାଳ ୮ଟା ସମୟରେ ଏହି ଗୁଳିକାଣ୍ଡ ଘଟିଛି । ମୃତ୍ୟୁ ହୋଇଥିବା ଯୁବକ ଜଣଙ୍କ ହେଉଛନ୍ତି ଉକ୍ତ ଅଞ୍ଚଳର ଲାଲା ପ୍ରଧାନ ।

{"id":285903,"sizeSlug":"large"}

ପୂର୍ବ ଶତୃତାକୁ କେନ୍ଦ୍ର କରି ଗୁଳିମାଡ ହୋଇଥିବା ସନ୍ଦେହ କରାଯାଉଛି । ୪ ଜଣ ଦୁର୍ବୃତ୍ତ ଗୁଳିମାଡ କରି ଫେରାର ହୋଇଯାଇଥିବା ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.