ଅଦ୍ଭୁତ ବାହାଘର : ବିବାହ ବେଦୀରେ ଦୁଇ କନ୍ୟାକୁ ଜଣେ ବର

Published By : Prameya-News7 Bureau | July 11, 2020 IST

ଭୋପାଳ ୧୧/୭:  ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି।   ଜଣେ ବରକୁ ଦୁଇଜଣ କନ୍ୟା। ମଧ୍ୟ ପ୍ରଦେଶରେ ଘଟିଛି ଏହି ଘଟଣା । ସନ୍ଦୀପ୍‌ ନାମକ ଜଣେ ଯୁବକ ଏକା ସାଙ୍ଗେ ୨ଜଣ ମହିଳାଙ୍କୁ  ସେହି ଗୋଟିଏ ବେଦୀରେ ବିବାହ କରୁଥିବା ଖବର ଏବେ ଚର୍ଚ୍ଚାର ବିଷୟ ସାଜିଛି। ଜଣେ ସନ୍ଦୀପଙ୍କର ପ୍ରେମିକା ହୋଇଥିବାବେଳେ ଆଉ ଜଣେ ତାଙ୍କ ପରିବାର ବାଛିଥିବା ଯୁବତୀ।

ନ୍ୟୁଜ୍‌ ଏଜେନ୍ସି  IANSର ସୂଚନା ମୁତାବକ , ଘୋଡ଼ାଡୋଙ୍ଗ୍ରି ବ୍ଲକ୍‌ କେରିଆ ଗାଁରେ  ରହୁଥିବା ସନ୍ଦୀପ୍‌ ନାମକ ଏହି ଯୁବକ ଜଣକ  ଭୋପାଳରେ ପଢ଼ୁଥିବା ବେଳେ  ଜଣେ ଯୁବତୀଙ୍କ ସହ ବନ୍ଧୁତା ହୋଇଥିଲା ।  ପରେ ଉଭୟ ପରସ୍ପରକୁ ଭଲ ପାଇଥିଲେ ।  ଘର ଲୋକ ଯେତେବେଳେ ବିବାହ ସ୍ଥିର କଲେ ସନ୍ଦୀପ  ବିବାହ କରିବାକୁ ମନା କରିଦେଲେ । ନିଜେ ଭଲ ପାଉଥିବା ଝିଅକୁ ବିବାହ କରିବାକୁ କହିଲେ । ଏହି କଥାକୁ ନେଇ ପରିବାରରେ ବିବାଦ ଆରମ୍ଭ ହୋଇଗଲା ।

ଏହି ବିଷୟକୁ ସମାଧାନ କରିବା ପାଇଁ ପଞ୍ଚାୟତର ନିଷ୍ପତ୍ତି କ୍ରମେ ପରିବାର ଲୋକେ ରାଜି ହେଲେ ଯେ ଉଭୟ ପରିବାର ପସନ୍ଦ କରିଥିବା ଝିଅ ଓ ନିଜ ପ୍ରେମିକାଙ୍କୁ ସନ୍ଦୀପ ବିବାହ କରିବେ ।

ଜୁଲାଇ ୮ରେ  ଏହି କରୋନା ଭାଇରସ୍‌ ସଙ୍କଟରେ ସେମାନଙ୍କର ବିବାହ ସ୍ଥିର ହେଲା । ଗୋଟିଏ ମଣ୍ଡପରେ ବସିଲେ ଦୁଇ ଯୁବତୀଙ୍କ ସହ ବର ବେଶରେ ସନ୍ଦୀପ ।  ସମସ୍ତ ରୀତି ନୀତି ଅନୁସାରେ ଅଗ୍ନିକୁ ସାକ୍ଷୀ ରଖି ବିବାହ ବନ୍ଧନରେ ବାନ୍ଧି ହେଲେ ବର କନ୍ୟା। ସମସ୍ତ ପରିବାର ସଦସ୍ୟଙ୍କର ସହ ବନ୍ଧୁ ଓ ସଂପର୍କୀୟମାନେ ସେଠାରେ ଉପସ୍ଥିତ ଥିଲେ ।

ଏହା ଭାରତୀୟ ଇତିହାସରେ ପ୍ରଥମ ଘଟଣା ଯେ,  ଜଣେ ବ୍ୟକ୍ତି ଏକା ସାଥିରେ ଦୁଇ ପତ୍ନୀଙ୍କ ସହ ଶପଥ ନେଲେ । ଜିଲ୍ଲା ପ୍ରଶାସନ କହିଥିଲେ କି ସେ ଏହି ଘଟଣାକୁ ଧ୍ୟାନର ସହ ବିଚାର କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.