ଯୁବତୀ ଅପହରଣ ଘଟଣାରେ ଜଣେ ଯୁବକ ଅଟକ : ଯୁବତୀଙ୍କୁ ଉଠାଇନେଇଥିଲେ ୩ ଯୁବକ
5/11/2019 at 10:11 AM

ବାଙ୍କୀ ୫।୧୧: କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ଗୋପାଳପୁର ଗାଁରୁ ଯୁବତୀ ଅପହରଣ ଘଟଣାରେ ଜଣଙ୍କୁ ଅଟକ ରଖିଛି ପୋଲିସ । ଗାଁ ନଳକୂପକୁ ପାଣି ଆଣିବାକୁ ଯାଇଥିବା ବେଳେ ୩ ଜଣ ଅସାମାଜିକ ଯୁବକ ତାକୁ ଉଠାଇ ନେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ତେବେ ଯୁବତୀ ଜଣଙ୍କ କୌଶଳକ୍ରମେ ଖସି ଆସି ଖୋର୍ଦ୍ଧା କଇପଦର ସ୍ଥିତ ମାମୁଁ ଘରେ ପହଞ୍ଚିଥିଲେ । ପୋଲିସ ଓ ପରିବାର ଲୋକେ ଯାଇ ସେଠାରୁ ତାକୁ ଉଦ୍ଧାର କରିଛନ୍ତି । ପୋଲିସ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ।
ଘଟଣାରେ ସଂପୃକ୍ତ ସମସ୍ତ ଅଭିଯୁକ୍ତକଙ୍କୁ ଗିରଫ କରିବା ସହ ନ୍ୟାୟ ଦେବାକୁ ପରିବାର ପକ୍ଷରୁ ଦାବି ହୋଇଛି । ସେପଟେ ଗାଁ ଲୋକେ ଏଭଳି ଘଟଣାକୁ ନିନ୍ଦା କରିଛନ୍ତି । ତଦନ୍ତ ପ୍ରକ୍ରିୟା ଜୋରଦାର ସହ ଅଭିଯୁକ୍ତଙ୍କୁ ଦଣ୍ଡ ଦେବାକୁ ଦାବି କରିଛନ୍ତି ।
Related Posts
ବ୍ଲକ୍କୁ ଫେରୁଛନ୍ତି ପ୍ରବାସୀ ଓଡ଼ିଆ, ଚିନ୍ତାରେ ପ୍ରଶାସନ
23 April 2021
ବିଶ୍ବକେଶନ ହରିଚନ୍ଦନ ମହାପାତ୍ର ହେଲେ ପିପିଲି କଂଗ୍ରେସ ପ୍ରାର୍ଥୀ
23 April 2021