ଧାନ ଖଳାରେ ଲାଗିଲା ନିଆଁ: ଜଳି ପୋଡି ପାଉଁଶ ହୋଇଗଲା ବର୍ଷକର ପରିଶ୍ରମ

Published By : Prameya-News7 Bureau | November 13, 2020 IST

ପାଟଣା୧୩/୧୧: ଧାନ ଖଳାରେ ନିଆଁ ଲଗାଇଲେ ଦୁର୍ବୃତ୍ତ। ଧାନ ସହ ଜଳିପୋଡି ନଷ୍ଟ ହୋଇଗଲା ଲକ୍ଷାଧିକ ଟଙ୍କାର ଧାନ। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ନୂଆଗାଁ ଚତୁରୀ ସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଏହି ଭୟାବହ ଅଗ୍ନିକାଣ୍ଡ ଯୋଗୁଁ ଲକ୍ଷାଧିକ ଟଙ୍କାର ଧାନ ନଷ୍ଟ ହୋଇଛି।

ଏଥିସହ ଧାନ ଅମଳ ମେସିନ ମଧ୍ୟ ପୋଡି ନଷ୍ଟ ହୋଇ ଯାଇଛି। ଗ୍ରାମର ୫୦ରୁ ଉର୍ଦ୍ଧ୍ବ ଲୋକଙ୍କ ଧାନ ବିଡା ଅମଳ ପାଇଁ ଉକ୍ତ ଚତୁରୀରେ ରଖାଯାଇଥିଲା । କେହି ଦୁର୍ବୁତ୍ତ ନିଆଁ ଲଗାଇ ଦେବାରୁ ଏପରି ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଘଟଣା ସ୍ଥଳରେ  ପାଟଣା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ। ବର୍ଷ ସାରା ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷ କରିଥିବା ଚାଷୀଙ୍କ ବର୍ଷକର ଆହାର ଏବେ ନିଆଁରେ ପୋଡ଼ି ନଷ୍ଟ ହୋଇଯାଇଛି। ଚାଷୀଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ କ୍ଷତିଗ୍ରସ୍ତ ଚାଷୀ ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.