ପ୍ରେସର କୁକରରେ ଫସିଗଲା ଶିଶୁର ମୁଣ୍ଡ : ଫେଲ୍ ମାରିଲେ ଡାକ୍ତର, ବାହାର କରାଗଲା ଏମିତି

Published By : Prameya-News7 Bureau | June 14, 2020 IST

ଅହମ୍ମଦାବାଦ ୧୪।୬: ଗୁଜରାଟର ଭାବନଗର ଜିଲ୍ଲାରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଏଠାରେ ଶିଶୁ ମୁଣ୍ଡରେ ପ୍ରେସର କୁକର ଫସିଯିବା ଫଳରେ ଅବସ୍ଥା ଏପରି ହେଲା ଯେ ଶେଷରେ ତାକୁ ଡାକ୍ତରଖାନା ନେବାକୁ ପଡିଲା । ସେଠାରେ ଶିଶୁ ଦେହରେ ଅକ୍ସିଜେନ ଲଗାଇ କୁକରକୁ କାଟିବାକୁ ପଡିଲା ।

{"id":285875,"sizeSlug":"large"}

ଭାବନଗର ପିରଛଲା ଷ୍ଟ୍ରିଟରେ ବର୍ଷକର ଶିଶୁ ପ୍ରିୟାଂଶୀ ଖେଳୁ ଖେଳୁ ତା’ର ମୁଣ୍ଡ ଏକ ପ୍ରେସର କୁକରରେ ଫସି ଯାଇଥିଲା । ଏହାପରେ ପରିବାର ଲୋକେ ସେହି କୁକରକୁ ତା ମୁଣ୍ଡରୁ ବାହାର କରିବାକୁ ଅନେକ ଚେଷ୍ଟା କରି ବିଫଳ ହୋଇଥିଲେ । ଶେଷରେ ଶିଶୁକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତରଙ୍କ ଚେଷ୍ଟା ପରେ ମଧ୍ୟ କୁକରକୁ ବାହାର କରାଯାଇ ପାରିନଥିଲା।

{"id":285876,"sizeSlug":"large"}

ଶିଶୁକୁ ଶ୍ବାସକ୍ରିୟାରେ ଯେପରି କୌଣସି ଅସୁବିଧା ନ ହେଉ ସେଥିପାଇଁ ଡାକ୍ତର ଶିଶୁ ଦେହରେ ଅକ୍ସିଜେନ ଲଗାଇଥିଲେ । ଏହାପରେ ବାସନ କାଟିବା ବ୍ୟକ୍ତିଙ୍କୁ ଡକା ଯାଇଥିଲା । ଦୀର୍ଘ ୪୫ ମିନିଟର କସରତ ପରେ କଟର ସାହାଯ୍ୟରେ କୁକରକୁ କାଟି ଶିଶୁର ମୁଣ୍ଡ ବାହାର କରାଯାଇଥିଲା । ଏଥିରେ ଶିଶୁ ମୁଣ୍ଡରେ ସାମାନ୍ୟ ଆଘାତ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.