Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

କରୋନାର କରୁଣ ଚିତ୍ର: ମିଳିଲାନି ବେଡ୍, ମା’ ସାମ୍ନାରେ ଚାଲିଗଲା ପୁଅର ଜୀବନ

28/04/2021 at 6:59 AM

ଆନ୍ଧ୍ରପ୍ରଦେଶ ୨୮/୪: ଦେଶରେ ଦୈନିକ ସଂକ୍ରମଣ ରେକର୍ଡ କରିବାରେ ଲାଗିଛି । କେଉଁଠି ଅକ୍ସିଜେନ ଅଭାବରୁ ରୋଗୀର ଜୀବନ ଚାଲିଯାଉଛି ତ ଆଉ କେଉଁଠି ପରିବାର ଉଜୁଡିଯାଉଛି । ମହାରାଷ୍ଟ୍ର, ଦିଲ୍ଲୀ, ଛତିଶଗଡ ସମେତ ଅନେକ ରାଜ୍ୟରେ ସଂଗୀନ ହେଉଛି ସ୍ଥିତି । ଏହାରି ଭିତରେ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣନମରୁ ନଜର ଆସିଛି ଦୁଃଖଦ ଖବର । ଏଠାରେ ଥିବା କିଙ୍ଗ୍ସ ଜର୍ଜ ହସ୍ପିଟାଲରେ ଚିକିତ୍ସା ପାଇଁ ବେଡ ନମିଳିବାରୁ ଗୋଟିଏ ମାଆ ସାମ୍ନାରେ ଚାଲିଯାଇଛି ବର୍ଷକର ପିଲାର ଜୀବନ ।

ସୂଚନା ଥାଉକି କରୋନାରେ ଜର୍ଜରତି ବର୍ଷକର ଶିଶୁର ଚିକିତ୍ସା ପାଇଁ ବେଡ ମିଳିନଥିଲା । ବେଡ ଖଣ୍ଡିଏ ପାଇଁ ମାଆ ସମସ୍ତଙ୍କୁ ନେହୁରା ହୋଇଥିଲେ ବି କେହି ଶୁନିନଥିଲେ ମାଆର ଦୁଃଖ । କାରଣ ହସ୍ପିଟାଲରେ ବେଡ ଅଭାବ ଥିବାରୁ ଛୁଆଟିର ଚିକିତ୍ସାରେ ବାଧା ସୃଷ୍ଟି ହୋଇଥିଲା । ଶେଷରେ ଦୀର୍ଘ ସମୟର ସଂଘର୍ଷ ପରେ ଆଖି ବୁଝିଥିଲା ନୀରିହ କୋମଳ ଜୀବନ । ଆଶ୍ଚର୍ଯ୍ୟକର କଥା ଆମ୍ୱୁଲାନ୍ସ ଭିତରେ ହିଁ ପିଲାଟିର ଚାଲିଯାଇଥିଲା ପ୍ରାଣବାୟୁ ।

୧୫୦ ବର୍ଷର ଏହି ପୂରୁଣା ହସ୍ପିଟାଲରେ ସମସ୍ତ ସରକାରୀ ସୁବିଧା ସୁଯୋଗ ଉପଲବ୍ଧ ହୁଏ । ହେଲେ ମହାମାରୀ ସବୁଠି ହାହାକାର ସ୍ଥିତି ଚାଲୁଥିବାରୁ ଏଠାରେ ମଧ୍ୟ ସେଇ ଅନୁରୂପ ସମସ୍ୟା ଉପଜୁଥିଲା । ସେପଟେ କଅଁଳ ଶିଶୁର ଜୀବନ ଯିବା ପରେ ସ୍ୱାସ୍ଥ୍ୟସେବା ପ୍ରତି ବଡ ପ୍ରଶ୍ନ ସୃଷ୍ଟି କରିଛି । 

   Related Posts