ଗଲଓ୍ଵାନ ଘାଟି ସଂଘର୍ଷକୁ ପୂରିଲା ବର୍ଷେ, ସେନା ଜାରି କଲା ଭିଡିଓ... 'ଗଲଓ୍ଵାନ ବୀର'

Published By : Prameya-News7 Bureau | June 15, 2021 IST

ନୂଆଦିଲ୍ଲୀ ୧୫।୦୬: ଗଲଓ୍ଵାନ ଘାଟିରେ ଗତ ବର୍ଷ ଚୀନ ସୈନିକଙ୍କ ସହ ହୋଇଥିବା ସଂଘର୍ଷକୁ ଏକ ବର୍ଷ ପୂରିଛି। ଏହି ଅବସରରେ ଭାରତୀୟ ସେନା ଏକ ଭିଡିଓ ଜାରି କରିଛନ୍ତି। 'ଗଲଓ୍ଵାନ ବୀର' ନାମରେ ଜାରି ଏହି ଭିଡିଓରେ ଭାରତୀୟ ଯବାନଙ୍କ ପରାକ୍ରମଙ୍କୁ ଦର୍ଶାଯାଇଛି। ୪.୫୯ ମିନିଟ୍‌ର ଏହି ଭିଡିଓରେ ଭାରତୀୟ ସେନାଙ୍କ ପରମ ବୀରଙ୍କୁ ପରାକାଷ୍ଠାକୁ ଚିତ୍ରଣ କରାଯାଇଛୁି। ପ୍ରସିଦ୍ଧ ଗାୟକ ହରିହରନ ଏହି ଭିଡିଓରେ ନିଜର ସ୍ଵର ଦେଇଛନ୍ତି। ଗଲଓ୍ଵାନ ସଂଘର୍ଷରେ ଭାରତର ୨୦ ଯବାନ ସହିଦ ହୋଇଥିବା ବେଳେ ଚୀନର ୪୦ରୁ ଅଧିକ ସୈନିକ ପ୍ରାଣ ହରାଇଥିଲେ।

ଏହି ସଙ୍ଗୀତରେ ଦୁର୍ଗମ ପରିସ୍ଥିତିର ସାମ୍ନା କରୁଥିବା ଯବାନ, ସମସ୍ତ ଆଧୁନିକ ଅସ୍ତ୍ର ଶସ୍ତ୍ର ଓ ଭାରତୀୟ ଯବାନଙ୍କ ଶୌର୍ଯ୍ୟ ଏବଂ ପରାକ୍ରମ ଦେଖାଯାଇଛି। ବରଫର ମୋଟା ସଫା ଚାଦରରେ ଶୂନ୍ୟରୁ କମ ତାପମାତ୍ରା ଥିବା ଅଞ୍ଚଳରେ ମୁତୟନ ଯବାନ କିଭଳି ଶତ୍ରୁଙ୍କ ମୁକାବିଲା କରନ୍ତି ଏବଂ ଦେଶର ରକ୍ଷା କରନ୍ତି, ଏହି ଭିଡିଓରେ ଏହାର ଝଲକ ଦେଖିବାକୁ ମିଳିଛି। ଗୀତ ଶେଷ ଭାଗରେ ସହିଦ ଯବାନଙ୍କ ନାମ ଓ ତାଙ୍କ ଫଟୋ ଦେଖା ଯାଇଛି।

wp:html /wp:html

ଗତ ପ୍ରାୟ ପାଞ୍ଚ ଦଶନ୍ଧିରେ ସୀମାନ୍ତରେ ଭାରତ ଓ ଚୀନ ମଧ୍ୟରେ ସବୁଠୁ ଘାତକ ସଂଘର୍ଷ ଗତ ବର୍ଷ ଜୁନ ୧୩ରେ ଗଲଓ୍ଵାନ ଘାଟିରେ ହୋଇଥିଲା। ଏଥିରେ ୨୦ ଭାରତୀୟ ଯବାନ ସହିଦ ହୋଇଥିଲେ। ଏହା ପରେ ଭାରତ ଓ ଚୀନ ମଧ୍ୟରେ ସୀମାରେ ଉତ୍ତେଜନା ଚରମରେ ପହଞ୍ଚିଥିଲା। ଉଭୟ ଦେଶର ସେନା ସୀମାରେ ସୈନ୍ୟ ଠୁଳ କରିବା ସହିତ ଘାତକ ଅସ୍ତ୍ର ଶସ୍ତ୍ର ପ୍ରସ୍ତୁତ କରି ରଖିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.