ସେଇ ଦୁର୍ଘଟଣାକୁ ପୂରିଲା ବର୍ଷେ: ଯାହା ନେଇଥିଲା ୫ କୋମଳମତି ଛାତ୍ରଛାତ୍ରୀଙ୍କ ଜୀବନ, ଆଜି ସ୍କୁଲରେ ଶୋକସଭା ବେଳେ ଅଚେତ ହୋଇଗଲେ ୩ଛାତ୍ରୀ

Published By : Prameya-News7 Bureau | July 19, 2019 IST

ଭଦ୍ରକ ୧୯|୭: ଭଦ୍ରକ ଜିଲ୍ଲା ଷୋହଳ ନମ୍ବର ଜାତୀୟ ରାଜପଥର ରାହାଂଜ ନିକଟରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାକୁ ଏକ ବର୍ଷ ପୁରିଛି । ସେଦିନ ଥିଲା ୨୦୧୮ମସିହା ଜୁଲାଇ ମାସ ୧୯ତାରିଖ । ସବୁଦିନ ପରି ସେଦିନ ବି ସ୍କୁଲ ପିଲାମାନେ ସ୍କୁଲରୁ ଘରକୁ ଫେରୁଥିଲେ । ଆଉ ଜାତୀୟ ରାଜପଥରେ ସେମାନଙ୍କ ଉପରେ ଟ୍ରକ ମାଢି ଯାଇଥିଲା । ପାଂଚ ଜଣ ଛାତ୍ର ଛାତ୍ରୀଙ୍କର ମୃତ୍ୟୁ ହୋଇଥିବା ବଳେ ଛଅ ଜଣ ଆହତ ହୋଇଥିଲେ । ସେହି ବିଦ୍ୟାଳୟରେ ଆଜି ଶୋକସଭା ପାଳନ ବଳେ ତିନି ଜଣ ଛାତୀ ଚେତା ହରାଇ ବସିଥିଲେ । 

{"id":135478}

ଭଦ୍ରକ ଜିଲ୍ଲା ରାଣୀତାଲ ହାଇସ୍କୁଲ ଆଜି ବି ଝୁରୁଛି ସେହି ସେହି ପାଂଚ ଛାତ୍ର ଛାତ୍ରୀଙ୍କୁ । ଗତ ବର୍ଷ ଆଜିର ଦିନର ସତ୍ୟବ୍ରତ ବାରିକ , ସୁକାନ୍ତ ସାହୁ , ପ୍ରିୟମ୍ବଦା ମହାନ୍ତି , ଶ୍ବେତା ସାହୁ , କଳ୍ପନା ଜେନା ଟ୍ରକ ଚକ ତଳେ ପ୍ରାଣ ହରାଇଥିଲେ । ସ୍କୁଲରୁ ଘରକୁ ଫେରିଥିଲେ , ହଲେ ଘରେ ପହଂଚିବା ଆଗରୁ ଆର ପାରିକୁ ଚାଲିଗଲେ । ପାଂଚଜଣ ପ୍ରାଣ ହରାଇଥିଲେ , ଆଉ ଆହତ ଛଅ ଜଣଙ୍କ ମଧ୍ୟରୁ ଶୀତଲ ସାହୁ ଏବେବି ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରୁଛି । ସାଙ୍ଗ ସାଥି ଏମାନଙ୍କୁ ଝୁରି ବାହୁନି ବାହୁନି କାନ୍ଦୁଛନ୍ତି । 

{"id":135479}

ମୃତକ ପାଂଚଜଣ ନବମ ଶ୍ରେଣୀରେ ପଢୁଥିଲେ । ଗୋଟିଏ ଦିନରେ ଉପସ୍ଥାନ ଖାତାରୁ ପାଂଚ ଜଣଙ୍କ ନାଁ କଟିଗଲା । ସେହି ଦୁର୍ଘଟଣା ପରଠୁ ପିଲାମାନେ ଜାତୀୟ ରାଜପଥରେ ପାଦ ଦେବାକୁ ଡରୁଛନ୍ତି । ପୁଅ ଝିଅକୁ ହରାଇ ବାପା ମାଆ ନିସ୍ବ ହୋଇଯାଇଛନ୍ତି । ଆଖିରୁ ଲୁହ ଶୁଖୁନାହିଁ । 

{"id":135480}

ଆଜି ବିଦ୍ୟାଳୟରେ ଶୋକସଭା , ସମସ୍ତଙ୍କ ଆଖିରେ ଲୁହ । ଗତ ବର୍ଷ ଆଜିର ଦିନରେ ଦ୍ରୁତଗାମୀ ଟ୍ରକ ପିଲାଙ୍କ ରକ୍ତରେ ହୋଲି ଖେଳିଥିଲା । ସେହି ଲୋମହର୍ଷଣକାରୀ କଥା ମନେ ପଡିଯିବାରୁ ତିନି ଜଣ ଛାତ୍ରୀ ଚେତା ଶୂନ୍ୟ ହୋଇଗଲେ । ପିଲାମାନେ ତ ଧୈର୍ଯ୍ୟ ଧରି ପାରୁ ନାହାଁନ୍ତି , ଶିକ୍ଷକ ଶିକ୍ଷୟତ୍ରୀ ବି ନିଜକୁ ପ୍ରକୃତିସ୍ଥ କରିପାରୁ ନାହାଁନ୍ତି । ..

{"id":135481}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.