‘ଫନି’କୁ ପୁରିଛି ବର୍ଷେ, କିନ୍ତୁ କାହା ମନରୁ ଲିଭିନାହିଁ ସେଦିନ ସକାଳର ସେହି କରାଳ ଚିତ୍ର

Published By : Prameya-News7 Bureau | May 03, 2020 IST

ପୁରୀ ୦୩।୦୫:  ଫନିକୁ ପୁରିଛି ବର୍ଷେ । ୨୦୧୯ ମେ ୩ରେ ଓଡ଼ିଶା ଦେଖିଥିଲା ଫନିର ସେହି କରାଳ ରୂପ । ଫନି ଏଭଳି ଏକ ବାତ୍ୟା ଥିଲା ଯାହା ସଂସ୍କୃତିର ସହର ପୁରୀ, ରାଜଧାନୀ ଭୁବନେଶ୍ବର ଏବଂ କଟକ ସହରକୁ ପୁରା ଧ୍ବଂସ ବିଧ୍ବଂସ କରିଦେଇଥିଲା । ତେବେ ବର୍ଷେ ପୁରିଥିଲେ ମଧ୍ୟ ସେଦିନର ସେହି ସକାଳର କରାଳ ଚିତ୍ର ଆଜି ବି କାହାର ମନରୁ ଲିଭିନି । ପ୍ରଳୟଙ୍କରୀ ବାତ୍ୟା ଫନିରେ ଗାଁଠୁ ସହର ସବୁକିଛି ଛାରଖାର ହୋଇଯାଇଥିଲା ।

{"id":263836,"sizeSlug":"large"}

ସ୍ୱାଭାବିକ ପରିସ୍ଥିତି ଫେରାଇ ଆଣିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଲାଗିପଡିଥିଲେ । ପ୍ରଳୟଙ୍କରୀ ବାତ୍ୟା ଫନିର ସ୍ମୃତି ଓ ଭୟାବହତା ମନେ ପଡିଲେ ସମସ୍ତେ ସେହି ଗୋଟିଏ କଥା କହୁଛନ୍ତି ମହାପ୍ରଭୁ ଏଭଳି ଦିନ କେବେ ନ ଆସୁ ।

{"id":263831,"sizeSlug":"large"}

ଉପକୂଳବର୍ତ୍ତି ପୁରୀ ଜିଲ୍ଲାରେ ବାତ୍ୟା ଫନି ଲ୍ୟାଣ୍ଡ ଫଲ କରିବା ପ୍ରଥମଥର ଥିଲା । ପୁରୀବାସୀ ପୂର୍ବରୁ ମହାବାତ୍ୟା ଦେଖିଥିଲେ ହେଁ ବାତ୍ୟାର ଏଭଳି କରାଳ ରୂପ କେବେ ମଧ୍ୟ ଦେଖିନଥିଲେ। ବର୍ଷେ ପରେ ବି ଅନେକ କ୍ଷେତ୍ରର ପରିସ୍ଥିତିରେ ସୁଧାର ଆସିନାହିଁ ।  ସେହିପରି ରାଜଧାନୀ ଭୁବନେଶ୍ୱର ମଧ୍ୟ ଅନେକ କ୍ଷତି ସହିଥିଲା । ଯାହାର ଭରଣା ଧୀରେ ଧୀରେ ହେଉଛି ।

{"id":263832,"sizeSlug":"large"}

ଫନି ପ୍ରଳୟକୁ ପୁରିଛି ବର୍ଷେ । ମେ ୩ରେ ଓଡ଼ିଶା ଦେଖିଥିଲା ଫନିର ସେହି କରାଳ ରୂପ । ଫନି ଏଭଳି ଏକ ବାତ୍ୟା ଥିଲା ଯାହା ସଂସ୍କୃତିର ସହର ପୁରୀ, ରାଜଧାନୀ ଭୁବନେଶ୍ବର ଏବଂ କଟକ ସହରକୁ ପୁରା ଧ୍ବଂସ ବିଧ୍ବଂସ କରିଦେଇଥିଲା । ତେବେ ବର୍ଷେ ପୁରିଥିଲେ ମଧ୍ୟ ସେଦିନର ସେହି ସକାଳର କରାଳ ଚିତ୍ର ଆଜି ବି କାହାର ମନରୁ ଲିଭିନି । ପେଣ୍ଠକଟା ଭୂଦାନ ନଗରର ଥିବା ବାସନ୍ତି ପାତ୍ର ଘର ବାତ୍ୟା ଫନି ତାଙ୍କ ଘରକୁ ଖିନଭିନ କରିଦେଇଥିଲା ।

{"id":263833,"sizeSlug":"large"}

ବର୍ଷେ ପରେ ବି ପଲିଥିନ ଘେରା ଭଙ୍ଗା ଘରେ ତାଙ୍କ ସଂସାର ଚାଲିଛି । ପ୍ରଶାସନ ପକ୍ଷରୁ ଘର ଭଙ୍ଗା ସହାୟତା ଏଯାଏଁ ମିଳିନି । ପୁରୀ ପୌରପାଳିକା ଅନ୍ତର୍ଗତ ସମସ୍ତ ବସ୍ତି ସହ ବାତ୍ୟା ଫନି ଦ୍ଵାରା ପ୍ରଭାବିତ ବ୍ଲକ ଗୁଡ଼ିକରେ ମଧ୍ୟ ଅନେକ ଲୋକ ଘରଭଙ୍ଗା ସହାୟତାରୁ ବଞ୍ଚିତ ହୋଇଛନ୍ତି । ପ୍ରାୟ ୩୦ ପ୍ରତିଶତ ଲୋକଙ୍କୁ ପଲିଥିନ ଓ ଚାଉଳ ଛଡ଼ା ଆଉ କିଛି ମିଳିନାହିଁ ।

{"id":263834,"sizeSlug":"large"}

ପ୍ରଳୟଙ୍କରୀ ବାତ୍ୟା ଫନିରେ ଗାଁଠୁ ସହର ସବୁକିଛି ଛାରଖାର ହୋଇଯାଇଥିଲା । ପୁରୀ-କୋଣାର୍କ ବାଲୁଖଣ୍ଡ ସଂରକ୍ଷିତ ଅଭୟାରଣ୍ୟରେ ହଜାର ହଜାର ଗଛ ଉପୁଡି ପଡିଥିଲା । ବନ୍ୟପ୍ରାଣୀ ମଧ ପ୍ରଭାବିତ ହୋଇଥିଲେ । ସମ୍ପୁର୍ଣ୍ଣ ଶ୍ରୀହୀନ ହୋଇପଡିଥିବା ଶ୍ରୀକ୍ଷେତ୍ରର ସ୍ୱାଭାବିକ ପରିସ୍ଥିତି ଫେରାଇ ଆଣିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଲାଗିପଡିଥିଲେ ।

{"id":263835,"sizeSlug":"large"}

ପ୍ରାୟ ଏକ ମାସ ପରେ ବିଦ୍ୟୁତ ଯୋଗାଣ, ପାନୀୟ ଜଳ ଯୋଗାଣ, ସଡକ ପରିବହନ, ପରିମଳ ବ୍ୟବସ୍ଥାରେ ସୁଧାର ଆସିଲା ।  ସମୟ ବଦଳିଛି । କିନ୍ତୁ ପ୍ରଳୟଙ୍କରୀ ବାତ୍ୟା ଫନିର ସ୍ମୃତି ଓ ଭୟାବହତା ମନେ ପଡିଲେ ସମସ୍ତେ ସେହି ଗୋଟିଏ କଥା କହୁଛନ୍ତି ମହାପ୍ରଭୁ ଏଭଳି ଦିନ କେବେ ନ ଆସୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.