Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ସମ୍ କୋଭିଡ୍ ହସ୍ପିଟାଲ୍‌ରୁ ସୁସ୍ଥ ହେଲେ ବର୍ଷକର ଶିଶୁ, ଭେଂଟିଲେଟରରେ ଥିଲେ ୮ ଦିନ

8/10/2021 at 5:20 PM

ଭୁବନଶ୍ୱର, ୮/୧୦: କରୋନା ମହାମାରୀର କରାଳ ଛାୟା ଶିଶୁମାନଙ୍କୁ ଅଧିକ ପ୍ରଭାବିତ କରିବା ସମ୍ଭାବନା ରହିଥିବା ବେଳେ ସମ୍ କୋଭିଡ୍ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଗୁରୁତର ହୋଇପଡ଼ିଥିବା ବର୍ଷକର ଶିଶୁ । କରୋନା ସଂକ୍ରମିତ ଶିଶୁଟି ଦୀର୍ଘ ୮ ଦିନ ଧରି ଭେଂଟିଲେଟରରେ ରହିବା ପରେ ସୁସ୍ଥ ହୋଇ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇଛି ।

ବାଲେଶ୍ୱର ନୀଳଗିରି ଅଂଚଳର ଏକ ବର୍ଷର ଶିଶୁ ଅମନ୍ ପଟ୍ଟନାୟକ ଗତ ୨୧ ତାରିଖରେ କରୋନା ସଂକ୍ରମିତ ହେବା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ସମ୍ କୋଭିଡ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲ୍‌ରେ ଭର୍ତ୍ତି ହେବା ସମୟରେ ପ୍ରବଳ ଜ୍ୱର ସହ ବାତ ରୋଗ ମଧ୍ୟ ଦେଖାଦେଇଥିଲା । ସେଥିପାଇଁ ଶିଶୁର ଚିକିତ୍ସା କରିବା ଡାକ୍ତର ଓ ନର୍ସମାନଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା । ଶିଶୁପୁତ୍ରଟିକୁ ତୁରନ୍ତ ଆଇସିୟୁରେ ଭର୍ତ୍ତି କରାଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା ।

ଶିଶୁଟିର ଅବସ୍ଥା ସଙ୍କଟାପନ୍ନ ହେବାରୁ ସେପ୍ଟେମ୍ବର ୨୨ ତାରିଖ ଦିନ ଭେଂଟିଲେଟରରେ ରଖାଯାଇଥିଲା । ଦୀର୍ଘ ୮ ଦିନ ଧରି ଶିଶୁଟି ଭେଂଟିଲେଟରରେ ରହିଥିବା ବେଳେ ସମ୍ କୋଭିଡ ଟିମ୍ ଅକ୍ଳାନ୍ତ ପରିଶ୍ରମ କରି ସେବା ଯତ୍ନ ଓ ଉତ୍ତମ ଚିକିତ୍ସା ଦ୍ୱାରା ଶିଶୁଟିକୁ ସୁସ୍ଥ କରିବାରେ ସକ୍ଷମ ହୋଇଥିଲେ । ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବାରୁ ୨୯ ତାରିଖ ଦିନ ଶିଶୁଟିକୁ ଭଂଟିଲେଟରରୁ ବାହାର କରାଯାଇ ଅକ୍ସିଜେନ୍ ସପୋର୍ଟରେ ରଖାଯାଇଥିଲା । ଶିଶୁଟି ଆଇସିୟୁରେ ରହିଥିବା ବେଳେ ତା’ର ବାପା-ମା ହସ୍ପିଟାଲ୍ ବାହାରେ ରହି ତା’ର କେବଳ ଆରୋଗ୍ୟ କାମନା କରିଚାଲିଥିଲେ ।

ତେବେ ଏହି ବର୍ଷକର ଶିଶୁଟିର ସବୁ ଦାୟିତ୍ୱ ନେଇଥିଲେ ସମ୍ କୋଭିଡ୍ ହସ୍ପିଟାଲ୍‌ର ଡାକ୍ତର, ନର୍ସ ଏବଂ କର୍ମଚାରୀମାନେ ।ସେମାନଙ୍କର ଆପ୍ରାଣ ଉଦ୍ୟମ, ନିଷ୍ଠା ଓ ଚିକିତ୍ସା ଫଳରେ ଶିଶୁଟି ସୁସ୍ଥ ହୋଇ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇଛି । ପୁଅ ସୁସ୍ଥ ହେବା ପରେ ସମ୍ କୋଭିଡ୍ ଟିମ୍‌କୁ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ବାପା ଜୟନ୍ତ ପଟ୍ଟନାୟକ । ସେ କହିଛନ୍ତି ସମ୍ କୋଭିଡ୍ ହସ୍ପିଟାଲ୍‌ର ଉତ୍ତମ ଚିକିତ୍ସା ବିଷୟରେ ଆଗରୁ କେବଳ ଶୁଣିଥିଲି । କିନ୍ତୁ ମୋ ପୁଅ ସୁସ୍ଥ ହେବା ପରେ ଏହା ଅନୁଭବ କଲି । ମୋ ପୁଅ ସମ୍ କୋଭିଡ୍ ହସ୍ପିଟାଲ୍‌ରେ ହିଁ ନୂଆ ଜୀବନ ପାଇଛି ବୋଲି ଜୟନ୍ତ କହିଛନ୍ତି । କେବଳ ଅମନ୍ ନୁହଁନ୍ତି ତାଙ୍କ ଭଳି ଅନେକ କୋଭିଡ୍ ସଂକ୍ରମିତ ଶିଶୁ ସମ୍ କୋଭିଡ୍ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

   Related Posts