ବାଇକ କିଣାକୁ ନେଇ ବଚସା , ନିଶାଶକ୍ତ ପୁଅର ଟାଙ୍ଗିଆ ଚୋଟରେ ମା ମୃତ
27/07/2020 at 10:57 AM

ଫୁଲବାଣୀ ୨୭।୦୭: କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ଥାନା ଅନ୍ତର୍ଗତ ବିଶିପଡା ପଞ୍ଚାୟତର ମାଝିପଦର ଗାଁରେ ଅଭାବନୀୟ ଘଟଣା ଘଟିଯାଇଛି । ନିଶାଶକ୍ତ ପୁଅର ଟାଙ୍ଗିଆ ଚୋଟରେ ମା ଙ୍କର ମୃତ୍ୟୁ ହୋଇଥିବା ବେଳେ ଭଉଣୀ ଓ ଭାଣିଜି ଗୁରୁତର ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ ଯେ, ରବିବାର ସନ୍ଧ୍ୟାରେ ବାଇକ୍ କିଣାକୁ ନେଇ ଗାଁର ଭାଗିରଥି ବେହେରାଙ୍କ ସହ ତାଙ୍କ ମା ଉର୍ମିଳାଙ୍କର ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ନିଶାଶକ୍ତ ଥିବା ଭାଗିରଥି ମା ଉର୍ମିଳାଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲା। ଉର୍ମିଳାଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କ ଝିଅ ଓ ନାତୁଣୀ ମଧ୍ୟ ଭାଗିରଥିଙ୍କ ଆକ୍ରମଣର ଶୀକାର ହୋଇଥିଲେ। ଆକ୍ରମଣ ପରେ ଭାଗିରଥି ସେଠାରୁ ଫେରାର ହୋଇ ଯାଇଥିଲେ।
ତେବେ ଘଟଣାସମ୍ପର୍କରେ ଖବର ପାଇଥିଲା ପୋଲିସ୍ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଟୋ ଯୋଗେ ୩ ଜଣଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲେ। ଡାକ୍ତରଖାନାରେ ମା ଉର୍ମିଳାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଛନ୍ତି। ପୋଲିସ୍ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ସେପଟେ ଆହତଙ୍କ ଚିକିତ୍ସା ଜାରି ରହିଛି ।