ଘାଇଲା ବାରହା ଘାତକ ହେଲା : ମେଡିକାଲରେ ଆଖିବୁଜିଲେ ଆହତ ମହିଳା

Published By : Prameya-News7 Bureau | December 05, 2019 IST

ମହାକାଳପଡା ୦୫।୧୨: ବାରହା ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ । କେନ୍ଦ୍ରାପଡା ଜିଲ୍ଲା ତନ୍ତିଆପାଳ ଥାନା ଗହୀରମଥା ସାମୁଦ୍ରିକ ରେଞ୍ଜ ଅଧିନ ନରସିଂହପୁର ଗାଁରେ ଘଟିଛି ଘଟଣା । ମୃତ ମହିଳାଙ୍କ ନାମ ଭାରତୀ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ,  ଗତକାଲି ରାତିରେ ଗାଁ ମଧ୍ୟକୁ ବାରହା ପଲ ଚାଷ ଜମିକୁ ପଶିଆସିଥିଲେ । ଗ୍ରାମବାସୀ ବାରହାକୁ ଘଉଡାଇବାରୁ ବାରହାମାନେ ଜଙ୍ଗଲକୁ ଚାଳିଯାଇଥିଲେ । କିନ୍ତୁ ଗୋଟିଏ ବାରହା ଗାଁ ମଧ୍ୟରେ ଲୁଚି ରହିଯାଇଥିଲା, ସେହି ରାସ୍ତାରେ ଭାରତୀ ଆସୁଥିବାର ଦେଖି ବାରହାଟି ଆକ୍ରମଣ କରିଥିଲା । ଭାରତୀଙ୍କୁ ଗୁରୁତର ଅବସ୍ଥାରେ ରାଜନଗରରେ ମେଡିକାଲେ ଭର୍ତ୍ତି କରାଯାଇଥିଲା ।ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ପୋଲିସ ମୃତଦେହକୁ ଜବତ କରି ଶବ ବ୍ୟବେଚ୍ଛଦ ପାଇଁ ପଠାଇଛି । ବନ ବିଭାଗ ନିକଟରେ ବାରମ୍ବାର ଅଭିଯୋଗ କରିବା ପରେ  କୌଣସି ପଦକ୍ଷେପ ନିଆଯାଉନଥିବା ଗ୍ରାମବାସୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.