ରାସ୍ତାପାର ହେବା ସମୟରେ ବସ୍ ଧକ୍କାରେ ଜଣେ ମହିଳା ମୃତ
13/11/2019 at 2:10 PM

ଅନୁଗୁଳ ୧୩।୧୧ : ତାଳଚେର ଡେରା ପେଟ୍ରୋଲ ପମ୍ପ ନିକଟରେ ବସ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । । ଘଟଣାସ୍ଥଳରେ ପୋଲିସ ପହଁଚି ବସକୁ ଜବତ ସହ ଡ୍ରାଇଭର କୁ ଅଟକ ରଖି ତଦନ୍ତ ଜାରି ରଖିଛି।

ସୂଚନାଯୋଗ୍ୟ ଯେ, ଡେରା ପେଟ୍ରୋଲ ପମ୍ପ ନିକଟରେ ରାସ୍ତାପାର ହେବା ସମୟରେ ବସ୍ ଦୁର୍ଘଟଣାରେ ଜଣେ ମହିଳାଙ୍କର ଗୁରୁତର ଆହତ ହୋଇଥିଲେ , ମହିଳା ଜଣଙ୍କୁ ଆହତ ଅବସ୍ଥାରେ ମଣ୍ଡାପାଳ ଡାକ୍ତର ଖାନାକୁ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ମୃତକ ଜଣକ ଗୁରୁଜାଙ୍ଗ ଗାଁର ସୁବାସିନି ନାଥ ବୋଲି ଜଣାପଡିଛି ।