୧୦ ବର୍ଷ ଧରି ମହିଳା ଭୋଗିଛନ୍ତି ଭୟଙ୍କର ନିର୍ଯାତନା, ୧୦୦ରୁ ଅଧିକ ଲୋକ ନେଇଛନ୍ତି ଇଜ୍ଜତ

Published By : Prameya-News7 Bureau | August 22, 2020 IST

ହାଇଦ୍ରାବାଦ, ୨୨|୦୮: ସାମ୍ନାକୁ ଆସିଲା ଅତ୍ୟାଚାର ଓ ଦୁଷ୍କର୍ମର ସାଙ୍ଘାତିକ ଚିତ୍ର । ୫୦୦୦ରୁ ଅଧିକ ଥର ଦୁଷ୍କର୍ମର ଶିକାର ହୋଇଛନ୍ତି ମହିଳା । ଦୁଷ୍କର୍ମ କରିଛନ୍ତି ୧୦୦ରୁ ଅଧିକ ବ୍ୟକ୍ତି । ହାଇଦ୍ରାବାଦର ଏକ ଥାନାରେ ରୁଜୁ ହୋଇଥିବା ଏହି ମାମଲା ସମସ୍ତଙ୍କ ଚକିତ କରିଛି ।

ସୂଚନାନୁସାରେ, ହାଇଦ୍ରାବାଦର ପଞ୍ଜାଗୁତା ଥାନାରେ ଜଣେ ୨୫ ବର୍ଷୀୟା ମହିଳା ଅଭିଯୋଗ କରିଛନ୍ତି । ଅଭିଯୋଗରେ ଅନେକ ଛାତ୍ରନେତା , ଡାକ୍ତର, ବ୍ୟବସାୟୀ, ଗଣମାଧ୍ୟମ ପ୍ରତିନିଧି, ଫିଲ୍ମ ସହ ଜଡିତ ବ୍ୟକ୍ତିଙ୍କ ନାମ ରହିଛି । ଏପରିକି ତାଙ୍କର କେତେକ ସମ୍ପର୍କୀୟଙ୍କ ନାମ ମଧ୍ୟ ଉଲ୍ଲେଖ ରହିଛି । ଏପରିକି ଆଉ କିଛି ବ୍ୟକ୍ତିଙ୍କ ନାଁ ମନେ ପକାଇପାରୁ ନାହାଁନ୍ତି ପୀଡିତା ।

ମହିଳାଜଣଙ୍କ ନିଜ ଅଭିଯୋଗରେ କହିଛନ୍ତି ଯେ, ସେ ଚାକିରୀ ଖୋଜୁଥିଲେ । ୨୦୦୯ରେ ମିରାୟାଲାଗୁଡାର ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ । ବ୍ୟକ୍ତିଜଣଙ୍କ ତାଙ୍କୁ ଶାରୀରିକ ଓ ମାନସିକ ଭାବେ ନିର୍ଯ୍ୟାତନା ଦେଉଥିଲେ । ଏପରେ ସେ ୨୦୧୦ରେ ବିବାହବିଚ୍ଛେଦ କରି ଏକ କଲେଜରେ ପାଠ ପଢିଥିଲେ ।

ଏହାପରେ ସେ ପ୍ରାୟ ୫୦୦୦ ଥର ଦୁଷ୍କର୍ମ ଓ ଗଣଦୁଷ୍କର୍ମର ଶିକାର ହୋଇଥିବା କହିଛନ୍ତି । ଏପରିକି ତାଙ୍କ ଅଶ୍ଲୀଳ ଭିଡିଓ ମଧ୍ୟ ଉତ୍ତୋଳନ କରାଯାଇଛି ।  ଆହୁରି ମଧ୍ୟ ଅନେକ ବ୍ୟକ୍ତି ତାଙ୍କୁ ଏସିଡ୍ ପକାଇ ଓ ପେଟ୍ରୋଲ ଢାଳି ମାରିଦେବେ ବୋଲି ଧମକ ଦେଇଛନ୍ତି । ଏକଦା ତାଙ୍କୁ ଅନଲାଇନ୍ ସେକ୍ସ ରାକେଟରେ ଫସାଯାଇଥିବା ସେ ଅଭିଯୋଗ କରିଛନ୍ତି ।

ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ ହୋଇଛି । ଅନେକ ଧାରାରେ ମାମଲା ରୁଜୁ କରାଯାଇଥିବା ଥାନାଧିକାରୀ କହିଛନ୍ତି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.