ଦେଢଶୁର ଠେଙ୍ଗାମାଡ଼ରେ ଭାଇ ବୋହୁ ମୃତ, ଅଭିଯୁକ୍ତ ଗିରଫ

Published By : Prameya-News7 Bureau | April 06, 2021 IST

ରାଇରଙ୍ଗପୁର, ୦୬/୦୪: ଧାର ଟଙ୍କା ନ ସୁଝିବାରୁ ଭାଇବୋହୁକୁ ଠେଙ୍ଗାରେ ପିଟି ପିଟି ହତ୍ୟା । ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଝାଟିସିରିଂ ଗ୍ରାମ ଏପରି ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି ।

ମୃତ ମହିଳା ନନ୍ଦିନୀ କୁଇଆ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ନନ୍ଦିନୀର ସ୍ୱାମୀ ତାଙ୍କ ବଡ଼ଭାଇ ପାଖରୁ ଏକ ଲକ୍ଷ ଟଙ୍କା ହାତ ଉଧାରି ନେଇଥିଲେ । କିନ୍ତୁ ଦୀର୍ଘଦିନ ପରେ ମଧ୍ୟ ଧାର ଟଙ୍କା ପରିଶୋଧ କରିନଥିଲେ । ଏହାକୁ ନେଇ ଦୁଇଭାଇ ମଧ୍ୟରେ ପ୍ରାୟ ପାଟିତୁଣ୍ଡ ହେଉଥିଲା । ଗତକାଲି ନନ୍ଦିନୀର ସ୍ୱାମୀ କାମକୁ ଯାଇଥିଲା ବେଳେ ନଦିନୀ ଏକୁଟିଆ ଘରେ ଶୋଇଥିବା ଦେଖି ଦେଢଶୁର ବାଉଁଶ ଠେଙ୍ଗାରେ ପିଟିପିଟି ମାରିଦେଇଥିଲା ।

ନନ୍ଦିନୀର ସ୍ୱାମୀ କାମରୁ ଫେରି ନନ୍ଦିନୀକୁ ମୃତ ଅବସ୍ଥାରେ ଦେଖି ପୋଲିସକୁ ଜଣାଇଥିଲା । ପୋଲିସ ଅଭିଯୁକ୍ତ ଦେଢଶୁର ସାଗର ଗୁଇଆକୁ ଗିରଫ କରି ହତ୍ୟା ମାମଲା ଦାଏର କରି ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.