ଆନନ୍ଦପୁର ଅଞ୍ଚଳରେ ଗାଡି ଦୁର୍ଘଟଣାରେ ମହିଳାଙ୍କ ମୃତ୍ୟୁ, ୩ ଗୁରୁତର

Published By : Prameya-News7 Bureau | November 08, 2019 IST

ଆନନ୍ଦପୁର୮|୧୧: ପୃଥକ ପୃଥକ ଦୁଇଟି ଗାଡି ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ   ୩ ଜଣ ଗୁରୁତର ହୋଇଛନ୍ତି ।  ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ପାଟସୁରା ଗ୍ରାମର  ଶକୁନ୍ତଳା ମିଶ୍ର (୫୫) ରାସ୍ତାରେ ଯାଉଥିବା ବେଳେ  ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା ।  ଫଳରେ ସେ ଘଟଣା ସ୍ଥଳରେ ହିଁ ସଜ୍ଞାହୀନ ହୋଇପଡିଥିଲେ ।

{"id":181134}

ସ୍ଥାନୀୟ ଗ୍ରାମବାସୀ ତାଙ୍କୁ ସାଇଁକୁଳ ଡାକ୍ତରଖାନାକୁ   ନେଇଥିବାବେଳେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ଆନନ୍ଦପୁର ଡାକ୍ତରଖାନାକୁ  ସ୍ଥାନାନ୍ତର କରିଥିଲେ । ଡାକ୍ତର ଖାନାରେ ପହଂଚିବା ବେଳକୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । 

{"id":181135}

ସେହିପରି ଭୋଗପୁର ଛକରେ  ଆଭଏକ ବାଇକ୍ ଦୁର୍ଘଟଣାରେ କୋଡ଼ପଡ଼ା ଗ୍ରାମର ଆଶିଷ ପଲେଇ ଓ ଚାଉଳଝରୀ ଗ୍ରାମର ସୁର ମହାରଣା ଓ ସୁଙ୍ଗା ହୋ ନାମକ ବ୍ୟକ୍ତି ଗୁରୁତର ଆହାତ ହୋଇଥିଲେ । ସ୍ଥାନୀୟ ଗ୍ରାମବାସୀ ସେମାନଙ୍କୁ  ଆନନ୍ଦପୁର ଡାକ୍ତରଖାନାକୁ  ସ୍ଥାନାନ୍ତର କରିଥିଲେ । ପ୍ରାଥମିକ ଚିକତ୍ସା ପରେ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

{"id":181136}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.