ବିଲରେ କାମ କରୁଥିବା ବେଳେ ହଠାତ ହେଲା ବଜ୍ରାଘାତ, ଜଣେ ମହିଳା ମୃତ, ୬ ଗୁରୁତର

Published By : Prameya-News7 Bureau | September 29, 2021 IST

ଯାଜପୁର, ୨୯/୦୯: ଯାଜପୁର ଜିଲ୍ଲା କାଳିଆପାଣି ଥାନା ଭାଲୁକିପାତଳା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ବଜ୍ରାଘାତରେ ଜଣେ ମହିଳା ପ୍ରାଣ ହରାଇଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି।

ସୂଚନା ମୁତାବକ କାଙ୍କଡ଼ପାଳ ପଞ୍ଚାୟତର ପୁରୁଣାପଣି ଗ୍ରାମର ୭ ଜଣ ଶ୍ରମିକ ବିଲରେ କାମ କରୁଥିବା ସମୟରେ ହଠାତ ବଜ୍ରପାତ ଘଟିଥିଲା। ଗ୍ରାମବାସୀଙ୍କ ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୬ ଜଣ ପୁରୁଷ ଓ ଜଣେ ମହିଳା ଥିବାବେଳେ ,ଆହତ ମହିଳା ସୁରୁ ଗାଗରାଇଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି।  ଅନ୍ୟ ୬ ଜଣ ଆହତ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତହେଉଥିବା ବେଳେ ଏବେ ସେମାନଙ୍କ ଅବସ୍ଥା ସ୍ଥିର ରହିଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.