ଜଗତସିଂହପୁରରେ ଡେଙ୍ଗୁରେ ଜଣେ ମହିଳାଙ୍କ ମୃତ୍ୟୁ ଅଭିଯୋଗ

Published By : Prameya-News7 Bureau | September 10, 2018 IST

ଜଗତସିଂହପୁର ୧୦|୯: ଜଗତସିଂହପୁର ଜିଲ୍ଲା କନାଗୁଳି ଗାଁରେ ଡେଙ୍ଗୁ ଆତଙ୍କ ଦେଖାଦେଇଛି । ଜଣେ ଆକ୍ରାନ୍ତଙ୍କର କଟକରେ ଚିକିତ୍ସା ବେଳେ ମୃତ୍ୟୁ ହୋଇଛି । ମୃତକ କନାଗୁଳି ଗାଁର ଶାନ୍ତିଲତା ନାୟକ । ୪ ଦିନ ତଳେ ତାଙ୍କୁ ଜ୍ବର ହୋଇ ଅବସ୍ଥା ଗୁରୁତର ହୋଇଥିଲା । ତାଙ୍କୁ ଚିକିତ୍ସା ପାଇଁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଗତ ଏକ ମାସ ହେଲା ଏରସମା ବ୍ଲକ କନାଗୁଳି ଗାଁରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଶାନ୍ତିଲତାଙ୍କ ମୃତ୍ୟୁ ପରେ ଗାଁ ଲୋକେ ଆତଙ୍କିତ ହୋଇପଡିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.