Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ, ନେଇପାରେ ଅବପାତର ରୂପ
  • ||
  • ସଂକ୍ରମଣ ସାମାନ୍ୟ କମିଲା : ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୧୧ ହଜାରରୁ ଅଧିକ ପଜିଟିଭ୍, ୪୦୭୭ ମୃତ
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧୭୩୨ ପଜିଟିଭ୍
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୩୧୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଟ୍ରାନ୍ସଫର୍ମର ଉପରେ ଚଢିଗଲେ ଯୁବକ, ଜଳି ଯାଉଥିବା ବେଳେ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ||
  • ସ୍ୱାମୀ ନା ସଇତାନ ? ସ୍ତ୍ରୀକୁ ପିଟିପିଟି କଲା ହତ୍ୟା
  • ||
  • ପାରା ଧରିବା ବେଳେ ଲାଗିଗଲା ବିଦ୍ୟୁତ ତାର, ପୋଡିଗଲା ଶରୀରର ୯୦%
  • ||

୧୭ମହଲାରୁ ଖସି ପଡ଼ିଲେ ୨ବର୍ଷର ଶିଶୁ ସହ ମହିଳା : ଘଟଣାସ୍ଥଳରେ ମୃତ୍ୟୁ

7/11/2020 at 12:59 PM

ନୋଏଡ଼ା ୭/୧୧: ଗୌତମ ବୁଦ୍ଧ ନଗରର ବିସରଖ ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମନାକୁ ଆସିଛି। ସୁପରଟେକ୍ ଇକୋ ଭିଲେଜ ଓ୍ବାନରେ ୧୭ମହଲାରୁ ଖସି ପଡ଼ି ଜଣେ ମହିଳା ଏବଂ ୨ବର୍ଷର ନିରୀହ ଶିଶୁର ମୃତ୍ୟୁ ହୋଇ ଯାଇଛି। ପୋଲିସ ଘଟଣା ବିଷୟରେ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଛି ଏବଂ ମାମଲାର ତଦନ୍ତ ଆରମ୍ଭ କରି ଦେଇଛି। ବର୍ତ୍ତମାନ ଘଟଣାର ଠିକ୍ କାରଣ ବିଷୟରେ କୌଣସି ସୂଚନା ମିଳିନାହିଁ।

ମହିଳା ଏବଂ ଶିଶୁଟି ବାଲକୋନିରୁ କିପରି ପଡ଼ିଲେ ଏହାକୁ ନେଇ ପୋଲିସ୍ ପଚରାଉଚୁରା କରୁଛି। ପୋଲିସ୍ ପହଞ୍ଚୁ ପହଞ୍ଚୁ ମହିଳା ଏବଂ ଶିଶୁଙ୍କ ମୃତ୍ୟୁ ହୋଇ ସାରିଥିଲା।

ଏହା ପୂର୍ବରୁ ଶୁକ୍ରବାର ସନ୍ଧ୍ୟାରେ ଗାଜିଆବାଦର ସିହାନୀ ଗେଟ୍ ଥାନା ଅଞ୍ଚଳର ରାଜନଗର ଏକ୍ସଟେନ୍ସନ ଅଞ୍ଚଳରେ ଜଣେ ୫ବର୍ଷ ବୟସର ପୁଅର ୧୪ମହଲାରୁ ପଡ଼ି ମୃତ୍ୟୁ ହୋଇ ଯାଇଛି।ଘଟଣା ପରେ ସୋସାଇଟି​‌ରେ ହଇଚଇ ସୃଷ୍ଟି ହୋଇଛି।

   Related Posts