ଇସ୍ରାଏଲ ଦୂତାବାସ ବାହାରେ କିଏ ରଖିଥିଲା ବୋମା ? ସୂଚନା ଦେଲେ ମିଳିବ ୧୦ ଲକ୍ଷ, ଏନଆଇଏ ଜାରି କଲା ସିସିଟିଭି ଫୁଟେଜ୍

Published By : Prameya-News7 Bureau | June 15, 2021 IST

ନୂଆଦିଲ୍ଲୀ ୧୫।୦୬: ଚଳିତ ବର୍ଷ ଜାନୁଆରୀ ୨୯ରେ ଦିଲ୍ଲୀ ସ୍ଥିତ ଇସ୍ରାଏଲ ଦୂତାବାସ ବାହାରେ ବିସ୍ଫୋରଣ ଘଟିଥିଲା। ଏହି ହମଲା ଯାଞ୍ଚ ସଂପ୍ରତି ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି(ଏନଆଇଏ) କରୁଛି। ଏହି ଆକ୍ରମଣ ଠିକ୍ ପୂର୍ବରୁ ଦୂତାବାସ ବାହାରେ ଦୁଇ ଜଣ ସନ୍ଦିଗ୍ଧ ବୁଲୁଥିବା ଦେଖିବାକୁ ମିଳିଥିଲା। ଉଭୟ ସିସିଟିଭି କ୍ୟାମେରାରେ କଏଦ  ହୋଇ ଯାଇଛନ୍ତି। ଏହି ଭିଡିଓରେ ଦୁଇ ଯୁବକ ଆରାମରେ ଦୂତାବାସ ବାହାରେ ବୁଲୁଥିବା ଦେଖିବାକୁ ମିଳିଛି। ଜଣେ ନୀଳ ରଙ୍ଗର ସାର୍ଟ ପିନ୍ଧିଥିବା ବେଳେ ଅନ୍ୟ ଜଣକ କଳା ରଙ୍ଗର ଜ୍ୟାକେଟ୍ ପିନ୍ଧିଛି। ସେମାନଙ୍କ ପାଖରେ ଏକ ବ୍ୟାଗ୍ ମଧ୍ୟ ରହିଛି। କିନ୍ତୁ ଉଭୟଙ୍କ ଚାଲିଚଲଣ ସନ୍ଦେହାତ୍ମକ ରହିଛି।

ବିସ୍ଫୋରଣ ମାମଲାରେ ଏନଆଇଏ ମଙ୍ଗଳବାର ଉକ୍ତ ଦୁଇ ଜଣଙ୍କ ଚିହ୍ନଟ  କଲେ ଏବଂ ବିସ୍ଫୋରକ ରଖିଥିବା ଲୋକଙ୍କ ବିଷୟରେ ସୂଚନା ଦେଲେ ୧୦  ଲକ୍ଷ ଟଙ୍କା ପୁରସ୍କାର ଦେବାକୁ ଘୋଷଣା କରିଛି। ଦୂତାବାସ ବାହାରେ ଲାଗିଥିବା ସିସିଟିଭି କ୍ୟାମେରାରେ ଦୁଇ ଯୁବକଙ୍କ ଫଟୋ କଏଦ ହୋଇ ଯାଇଛି। ଏନଆଇଏ ମୁଖପାତ୍ର କହିଛନ୍ତି, ନୂଆଦିଲ୍ଲୀରେ ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ ମାମଲାରେ ଏଜେନ୍ସି ସିସିଟିଭିରେ ଦୃଶ୍ୟମାନ ଦୁଇ ଲୋକଙ୍କ ଚିହ୍ନଟ କରିବା ସମ୍ଵନ୍ଧରେ ସୂଚନା ଏକତ୍ର କରିବାକୁ ଚେଷ୍ଟା ଚଳାଇଛି।

wp:html /wp:html

ସୂଚନାଯୋଗ୍ୟ, ଇସ୍ରାଏଲ ଦୂତାବାସ ବାହାରେ ବିସ୍ଫୋରଣ ଘଟଣାର ଯାଞ୍ଚ ପାଇଁ ମୋସାଦର ଦଳ ମଧ୍ୟ ଦିଲ୍ଲୀ ପହଞ୍ଚିଥିଲେ।  ପ୍ରାରମ୍ଭିକ ଯାଞ୍ଚରେ  ଆକ୍ରମଣ ପଛରେ ଇରାନର ହାତ ରହିଥିବା ସମ୍ଭାବନା କରାଯାଉଥିଲା। ଦୂତାବାସ ବାହାରେ ଯେଉଁ ବୋମା ବିସ୍ଫୋରଣ ଘଟିଥିଲା ତାହା କମ ତୀବ୍ରତାର ଥିଲା। ତେଣୁ ସେତେଟା କ୍ଷୟକ୍ଷତି କି ଜୀବନହାନୀ ଘଟିନଥିଲା।

ଏହି ବିସ୍ଫୋରଣ ଡାକ୍ତର ଏପିଜେ ଅବଦୁଲ କଲାମ ରୋଡ୍‌ରେ ଜିନ୍ଦଲ ହାଉସ୍, ବଙ୍ଗଲା ନମ୍ବର ୫ ନିକଟରେ ଘଟିଥିଲା। ଆଇଇଡି ବିସ୍ଫୋରଣରେ ସଡକରେ ଏକ ବିରାଟ ଗର୍ତ୍ତ ହୋଇଥିଲା। ଏପରିକି ଆଖପାଖରେ ଛିଡା କାରଗୁଡିକର କାଚ ଭାଙ୍ଗି ଯାଇଥିଲା। ଆକ୍ରମଣ ପଛରେ ବିଦେଶୀ  ହାତ ରହିଥିବା ସୁରାକ୍ ମିଳିବା ପରେ ଏନଆଇଏକୁ ତଦନ୍ତ ଦାୟିତ୍ଵ ଦିଆଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.