Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

କରୋନା ପ୍ରକୋପ: ହରିୟାଣାରେ ସପ୍ତାହେ ସମ୍ପୂର୍ଣ୍ଣ ଲକ୍‌ଡାଉନ ଘୋଷଣା

2/05/2021 at 3:40 PM

ନୂଆଦିଲ୍ଲୀ ୨/୫:  ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ମାଡ଼ିଚାଲିଥିବା ବେଳେ ମୃତକଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିଚାଲିଛି। ଏହାକୁ ନଜରରେ ରଖି ବିଭିନ୍ନ ରାଜ୍ୟ ପୁଣି ଥରେ ଲକ୍‌ଡାଉନ୍‌ ଲଗାଇବାକୁ ନିଷ୍ପତ୍ତି ନେଉଥିବା ବେଳେ ହରିୟାଣା ସରକାର ମଧ୍ୟ ସମାନ ନୀତି ଆପଣାଇଛନ୍ତି। କରୋନା ପ୍ରକୋପ ବୃଦ୍ଧି ଯୋଗୁ ହରିୟାଣା ସରକାର ରାଜ୍ୟକୁ ୭ ଦିନ ଯାଏ ସମ୍ପୂର୍ଣ୍ଣ ଲକଡାଉନ୍‌ କରିବାକୁ ଘୋଷଣା କରିଛନ୍ତି। ହରିୟାଣା ସରକାରଙ୍କ ମନ୍ତ୍ରୀ ଅନୀଲ ବିଜ୍‌ ଘୋଷଣା କରିଛନ୍ତି, ୩ ମେ’ରୁ ହରିୟାଣାରେ ସପ୍ତାହେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଲାଗୁ ରହିବ।

ସୂଚନାଯୋଗ୍ୟ, ଦେଶରେ ସଂକ୍ରମଣ ପାରା ତଳମୁହାଁ ହେଉଛି । ହେଲେ ଏବେ ସ୍ଥିତି ଗମ୍ଭୀର ହେଉଛି । ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ ସମେତ ଅନେକ ରାଜ୍ୟରେ ଲକଡାଉନ୍, ନାଇଟ୍ କର୍ଫ୍ୟୁ ଆଦି ଲାଗିଥିଲେ ମଧ୍ୟ ସଂକ୍ରମଣ ଥମୁନାହିଁ । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ଲକ୍ଷ ୯୨ ହଜାର ୪୮୮ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୬୮୯ଜଣଙ୍କ ମୃତ୍ୟୁ ହୋଇଛି ।

   Related Posts