ଆଇଜଲ ୭ଦିନ ସଟ୍ ଡାଉନ୍, କୋଭିଡ୍ ମୁକାବିଲା ପାଇଁ ମିଜୋରାମ ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି

Published By : Prameya-News7 Bureau | October 27, 2020 IST

ଆଇଜଲ ୨୭।୧୦: କରୋନା ଭାଇରସ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ମିଜୋରାମ ସରକାର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଆଇଜଲ ମ୍ୟୁନିସିପାଲଟି କାଉନସିଲ ଅଞ୍ଚଳକୁ ଆଜିଠାରୁ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ସଟ୍ ଡାଉନ୍ ଘୋଷଣା କରାଯାଇଛି । ସ୍ବାସ୍ଥ୍ୟ ମନ୍ତ୍ରୀ ଏବଂ ଗୃହ ମନ୍ତ୍ରୀଙ୍କ ସହ ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଆଲୋଚନା ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଥିଲା ।

ସ୍ବାସ୍ଥ୍ୟ ମନ୍ତ୍ରୀ ଏବଂ ଗୃହ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସୋମବାର ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ବୈଠକରେ ଆଇଜଲ ମ୍ୟୁନିସିପାଲଟି କାଉନସିଲକୁ ସଟ୍ ଡାଉନ୍ ଘୋଷଣା ପାଇଁ ପରାମର୍ଶ ଦିଆଯାଇଥିଲା । ଏହାପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସଟ୍ ଡାଉନ୍ ଘୋଷଣା କରାଯାଇଛି । ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଅନୁସାରେ ଆଜି ୪ଟା ୩୦ମିନିଟ୍ ରୁ ନଭେମ୍ବର ୩ତାରିଖ ୪ଟା ୩୦ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି ସଟ୍ ଡାଉନ୍ ସମୟରେ ଜରୁରୀ କାଳୀନ ସେବାକୁ ଅନୁମତି ମିଳିବ ।

ସୂଚନାଯୋଗ୍ୟ ଯେ, ମିଜୋରାମରେ ୨୪୯୩ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ୨୨୦୩ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ମିଜୋରାମରେ କାହାରି ମଧ୍ୟ କରୋନାଜନିତ ମୃତ୍ୟୁ ହୋଇନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.