ଅନନ୍ତ କୋଇଲା ଖଣିରେ ଅଘଟଣ, କୋଇଲା ଲୋଡିଂ ବେଳେ ପୋତିହୋଇଗଲେ ଜଣେ

Published By : Prameya-News7 Bureau | April 13, 2021 IST

ଅନୁଗୋଳ ୧୩।୪: ତାଳଚେର ଅନନ୍ତ କୋଇଲା ଖଣିରେ ଅଘଟଣ । କୋଇଲା ଲୋଡିଂ ସମୟରେ ଜଣେ ବ୍ୟକ୍ତି ରେଳ ୱାଗନ ଭିତରେ କୋଇଲାରେ ପୋତି ହୋଇଯାଇଥିଲେ।  ଚିତ୍କାର ଶୁଣି ତାଙ୍କୁ ଉଦ୍ଧାର କରିବା ପାଇଁ ସ୍ଥାନୀୟ କର୍ମଚାରୀ ପ୍ରୟାସ କରିଥିଲେ । ପରେ ଦମକଳ ବାହିନୀ ପହଞ୍ଚି ତାକୁ ଉଦ୍ଧାର କରିଥିଲେ । ତାଙ୍କ ଶରୀରର ସମ୍ପୂର୍ଣ୍ଣ ପୋତି ହୋଇ ଯାଇଥିଲା ବେଳେ ମୁଣ୍ଡଟି ଉପରକୁ ଥିଲା । ତେଣୁ ସେ ଚିତ୍କାର କରିଥିଲା।  ତାକୁ ତାଳଚେର ସେଣ୍ଟ୍ରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଆରମ୍ଭ ହୋଇଛି । ଲୋକଟି କିଏ ତାର ତଦନ୍ତ ଚାଲିଛି।  ଢିଲା ସୁରକ୍ଷା ବ୍ୟବସ୍ଥାକୁ ଲୋକମାନେ ଦାୟୀ କରୁଥିବା ବେଳେ କୋଲିୟାରୀ ଘଟଣାର ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.