ପୁରୀ ସମୁଦ୍ରରେ ଗାଧୋଇବାବେଳେ ପର୍ଯ୍ୟଟକଙ୍କ ମୃତ୍ୟୁ
17/11/2018 at 6:04 PM

ପୁରୀ ୧୭/୧୧:ପୁରୀ ସମୁଦ୍ରରେ ଗାଧୋଇବାବେଳେ ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ। ମୃତ ପର୍ଯ୍ୟଟକ ଜଣକ ଗୋଆଲିୟର ବାଦେରା ଅଞ୍ଚଳର ରଘୁବେନ୍ଦ୍ର ଗୁରୁଦାର। ଆଜି ସକାଳେ ଗୁରୁଦାର ତାଙ୍କ ମାମୁଁଙ୍କ ସହ ବଳିଆପଣ୍ତା ଅଞ୍ଚଳରେ ଥିବା ହୋଟେଲ ବଙ୍ଗଲକ୍ଷ୍ମୀ ସମ୍ମୁଖରେ ଗାଧୋଉ ଥିଲେ। ତେବେ ଗଭୀର ସମୁଦ୍ର ଭିତରକୁ ପଶିଯିବାରୁ ତାଙ୍କର ପତ୍ତା ମିଳିନଥିଲା। ସେଠାରେ ଥିବା ଲାଇଫ୍ ଗାର୍ଡ଼ ମାନେ ସମୁଦ୍ର ଭିତରକୁ ଯାଇ ଗୁରୁଦାରଙ୍କୁ କୂଳକୁ ଆଣିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ପୁରୀ ସରଦ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Related Posts
ଆଠଗଡ ମହୋତ୍ସବ ପଡିଆରେ ଗଣତନ୍ତ୍ର ଦିବସ ପାଳିତ
26 January 2021
ନିଆଁ ଲାଗି ଜଳିଗଲା ୬ବଖରା ଘର, ୨ଟି ଗୋରୁ ଜୀବନ୍ତ ଦଗ୍ଧ
26 January 2021