Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||
  • ରାଜ୍ୟକୁ ପ୍ରଶଂସା କଲା RBI: ଟ୍ବିଟ୍ କରି ଜଣାଇଲେ ମୁଖ୍ୟମନ୍ତ୍ରୀ
  • ||

ଋଷିଆର ଏକତୃତୀୟାଂଶ ଲୋକେ ଜାଣନ୍ତିନି କରୋନା କ’ଣ? ଭାବନ୍ତି ମନଗଢା ଓ କାଳ୍ପନିକ

1/06/2020 at 5:35 PM

ମସ୍କୋ ୧।୬: କରୋନା ଭାଇରସ ସଂକ୍ରମଣ ସୂଚୀର ଦ୍ୱିତୀୟ ସ୍ଥାନରେ ପହଞ୍ଚିଥିବା ଋଷିଆରେ ଏପର୍ଯ୍ୟନ୍ତ ଭୂତାଣୁ ଓ ସଂକ୍ରମଣକୁ ନେଇ ଲୋକଙ୍କ ସନ୍ଦେହ ଦୂରହୋଇନି। ଦେଶର ଅଧିକାଂଶ ଲୋକେ ଏବେବି କରୋନା ଭାଇରସକୁ  ମନଗଢା ଓ କାଳ୍ପନିକ ବୋଲି ଭାବୁଛନ୍ତି। ମସ୍କୋସ୍ଥିତ ହାୟର ସ୍କୁଲଅଫ ଇକନୋମିକ୍ସର ଏକ ସର୍ଭେରୁ ଏହା ପ୍ରଥମ ଥର ଜଣାପଡିଛି। ଏହି ସର୍ଭେକ୍ଷଣରେ ୩୦ ହଜାର ଲୋକେ ଅଂଶଗ୍ରହଣ କରିଥିଲେ। ଏଣୁ ଦେଶରେ କରୋନା ସଂକ୍ରମଣକୁ ନେଇ ସରକାର ଲୋକଙ୍କୁ ଯେପରି ସଚେତନ କରିବା କଥା ସେପରି କରିନଥିବାରୁ ଏପରି ପରିସ୍ଥିତି ଉପୁଜିଥିବା କୁହାଯାଇଛି।

ସର୍ଭେ ରିପୋର୍ଟ ଏବେ ପ୍ରକାଶ କରାଯାଇଛି। ଯେଉଁଥିରେ ୨୩.୩ ପ୍ରତିଶତ ଲୋକେ କୋଭିଡ-୧୯କୁ କାଳ୍ପନିକ ବୋଲି ଭାବୁଥିବା କହିଛନ୍ତି। ସେହିପରି ଭୂତାଣୁ ସଂକ୍ରମଣ ଯୋଗୁ ଯାହା ହେଉ ବା ନ ହେଉ ଏହାକୁ ଲୋକଙ୍କ ଆଗରେ ବଡ କରି ଉପସ୍ଥାପନା କରାଯାଉଥିବା ୯.୬ ପ୍ରତିଶତ ଲୋକେ ଭାବୁଛନ୍ତି। ଏଥିରୁ ଉଭୟ ବର୍ଗକୁ ଯୋଡିଦେଲେ ଋଷିଆର ଏକ ତୃତୀୟାଂଶ ଲୋକେ କରୋନା ଜନିତ ବିପଦକୁ ନେଇ ସମ୍ପୂର୍ଣ୍ଣ ଅଜ୍ଞ ବୋଲି ଜଣାପଡିଛି। ଏଣୁ ସରକାର ସଂକ୍ରମଣ ରୋକିବା ଲାଗି ହାତକୁ ନେଇଥିବା ସେଲଫ ଆଇସୋଲେସନ ଓ କ୍ୱାରେଣ୍ଟାଇନ ଭଳି କାର୍ଯ୍ୟକ୍ରମ ଲୋକଙ୍କ ମଧ୍ୟରେ ମତାନ୍ତର ସୃଷ୍ଟି କରିଛି। 

ଯେଉଁଲୋକେ ଏପରି ଭାବନ୍ତି ସେମାନେ ସେଲଫ ଆଇସୋଲେସନରେ ଥିବା ବେଳେ ସେମାନଙ୍କ ସମ୍ପର୍କିୟଙ୍କ ଘରକୁ ବୁଲିବାକୁ ମଧ୍ୟ ଯାଇଛନ୍ତି। ଏଣୁ ସଂକ୍ରମଣର ଭୟାବହତା ସମ୍ପର୍କରେ ଜାଣିଥିବା ଲୋକେ ଘରେ ଆଇସୋଲେସନ ଲାଗି ପ୍ରଥମରୁ ସରକାରଙ୍କ କୋହଳ ନିୟମକୁ ବିରୋଧ କରୁଛନ୍ତି। ସେହିପରି ସଂକ୍ରମିତ ଜଣାପଡିବା ପରେ ସେଲଫ ଆଇସୋଲେସନ ଲାଗି ପରାମର୍ଶକୁ ମଧ୍ୟ ଅନେକ ଲୋକ ବିରୋଧ କରୁଛନ୍ତି। ଏଥିଲାଗି ଏହା ଜରୁରି ନୁହେଁ ବୋଲି ସେମାନେ କହୁଛନ୍ତି।  

   Related Posts