Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||

ବିଦ୍ୟୁତ ଟ୍ରାନ୍ସଫର୍ମର ଚୋରି ଅଭିଯୋଗ ; ଜଣକୁ ଧରି ପୋଲିସ ଜିମା ଦେଲେ ଗ୍ରାମବାସୀ, ଖସିଗଲେ ଆଉ ଚୋର

3/11/2020 at 12:29 PM

ନିଶ୍ଚିନ୍ତକୋଇଲି ୦୩।୧୧: ବିଦ୍ୟୁତ ଟ୍ରାନ୍ସଫର୍ମର ଚୋରି ଅଭିଯୋଗରେ ଚୋରକୁ ଧରି ପୋଲିସ ଜିମାଦେଲେ ଗ୍ରାମବାସୀ  । ଦୀର୍ଘ ଦିନ ହେଲା ଗାଁରେ ହୋଇଥିବା ଲୁଟ୍‌ ମାମଲାରେ ସଂପୃକ୍ତି ଥିବାର ଅଭିଯୋଗ ଆସିଛି । କଟକ ଜିଲ୍ଲା ମାହାଙ୍ଗ ଅଞ୍ଚଳରେ ଘଟଣା ।

ଖବର ଅନୁଯାୟୀ, ମାହାଙ୍ଗା ଅଞ୍ଚଳର ବିଭିନ୍ନ ସ୍ଥାନରୁ ନିୟମିତ ଭାବେ ଲୁଟେରା ମାନେ ରାତିରେ ବିପିଏଲ ବିଦ୍ୟୁତ୍ ଟ୍ରାନ୍ସଫର୍ମରକୁ ଖୋଲି ସେଥିରୁ କପର ତାର, ତେଲ ଓ ଅନ୍ୟାନ୍ୟ ମୂଲ୍ୟବାନ ଯନ୍ତ୍ରାଂଶ ଚୋରିକରି ନେଇଯାଉଥିଲା । ଗତ କାଲି ବିଳମ୍ବିତ ରାତିରେ ମାହାଙ୍ଗା ଥାନା ପଛପଟ ମାହାଙ୍ଗା ହାଟ ଛକ ନିକଟରୁ ଲୁଟେରା ମାନେ  ବିଦ୍ୟୁତ୍ ଟ୍ରାନ୍ସଫର୍ମର ଚୋରି   କରୁଥିବା ସମୟରେ ଗ୍ରାମବାସୀ ମାନେ ଆସିଯାଇଥିଲେ । ଯାହାଫଳରେ ଲୁଟ୍‌ କରୁଥିବା ଜଣକୁ କାବୁ କରିଥିବା ବେଳେ ଅନ୍ୟମାନେ ଘଟଣାସ୍ଥଳରୁ ଖସି ଯିବାରେ ସକ୍ଷମ ହୋଇଛନ୍ତି ।

ତେବେ ଧରାପଡିଥିବା ଲୁଟେରା ନିକଟରୁ ଟ୍ରାନ୍ସଫର୍ମର ଅନ୍ୟାନ୍ୟ ସାମଗ୍ରୀ,  ଏକ ବାଇକ ଜବତ କରାଯାଇଛି । ସମସ୍ତ ଚୋରୀ ସାମଗ୍ରୀ ସହିତ ଲୁଟେରାକୁ ମାହାଙ୍ଗା ପୋଲିସ ଜିମା ଦେଇଛନ୍ତି ଗ୍ରାମବାସୀ । ତେବେ ଧରାପଡିଥିବା ଯୁବକର ଘର  ସାଲେପୁର ଥାନା ମିର୍ଜାପୁର ଗାଁର ଅନିଲ ରାଉତ ବୋଲି ସେ କହୁଥିବା ବେଳେ ପୋଲିସ ତାକୁ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି ।   ଏହି ଲୁଟ ମାମଲାରେ ପାଞ୍ଚ ଜଣରୁ ଅଧିକ ଲୁଟେରା ସାମିଲ ଥିବା ସ୍ଥାନୀୟ ଗ୍ରାମବାସୀମାନେ କହିଛନ୍ତି।

   Related Posts