ଚିକିତ୍ସାଳୟରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ , କ୍ବାରାଣ୍ଟାଇନରେ ଡାକ୍ତରଙ୍କ ସହ ୪୦ ସ୍ବାସ୍ଥ୍ୟ କର୍ମୀ

Published By : Prameya-News7 Bureau | July 08, 2020 IST

ମାଲକାନଗିରି ୦୮।୦୭: ରାଜ୍ୟରେ ପୁଣି ଏକ ମେଡିକାଲରୁ କରୋନା ଆକ୍ରାନ୍ତ ଚିହ୍ନଟ ।  ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସମଗ୍ର ମେଡିକାଲକୁ ସାନିଟାଇଜ୍ କରାଯାଇଛି । ଏହାସହ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୪୦ ଜଣ ସ୍ବାସ୍ଥ୍ୟ କର୍ମୀଙ୍କୁ କ୍ବାରାଣ୍ଟାଇନରେ ରଖାଯାଇଛି ।

{"id":297664,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗତକାଲି କାଲିମେଳା ବ୍ଲକର ଜଣେ ଗୁରୁତର ମହିଳ ଚିକିତ୍ସା ଲାଗି ଜିଲ୍ଲା ସଦର ଡାକ୍ତରଖାନାକୁ ଆସିଥିଲେ । ହେଲେ ମହିଳାଙ୍କ ଅସ୍ତ୍ର ପ୍ରଚାର ପରେ ସେ କରୋନାରେ ଆକ୍ରାନ୍ତ ଥିବା ଜଣା ପଡିଥିଲା । ଏଥିପାଇଁ ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟରେ ସାଧାରଣ ରୋଗୀଙ୍କ ଚିକିତ୍ସା ବନ୍ଦ କରାଯାଇଛି । ଡାକ୍ତରଖାନା ଆଉଟଡୋରରେ ସାଧାରଣ ରୋଗୀଙ୍କୁ ସେବା ମିଳିବନାହିଁ । କେବଳ ଜରୁରୀକାଳୀନ ସେବା ମିଳିବ ବୋଲି ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ ସୂଚନା ଦେଇଛନ୍ତି ।

ଆଜି ମାଲକାନଗିରି ଜିଲ୍ଲାରେ ୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୫ ରେ ପହଞ୍ଚିଛି । ଏହାମଧ୍ୟରୁ ୬୧ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୫୪ ଜଣ ମାଲକାନଗିରି କୋଭିଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.