ଜାମ୍ମୁ-କାଶ୍ମୀର ଡୋଡାରେ ଏନ୍‌କାଉଣ୍ଟର : ଏକ ଆତଙ୍କବାଦୀ ନିହତ, ଜଣେ ସେନାଧିକାରୀ ସହିଦ

Published By : Prameya-News7 Bureau | May 17, 2020 IST

ଶ୍ରୀନଗର ୧୭।୦୫:  ସାରାବିଶ୍ୱ କରୋନା ମହାମାରୀ ନେଇ ଲଢେଇ ଜାରି ରହିଛି । ଭାରତରେ ମଧ୍ୟ କରୋନା ଧୀରେ ଧୀରେ ଭୟଙ୍କର ହେବାର ଲାଗିଛି । କରୋନାକୁ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛିନ୍ତ । କିନ୍ତୁ ଦେଶରେ ଏହିଭଳି କଠିନ ସ୍ଥିତିରେ ମଧ୍ୟ ଆତଙ୍କବାଦୀମାନେ ନିଜ ଛାୟାଯୁଦ୍ଧ କରିବାରେ ଲାଗିଛନ୍ତି ।  ଜାମ୍ମୁ-କାଶ୍ମୀରରେ ଡୋଡାରେ ଆତଙ୍କବାଦୀ ଓ ସେନାଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏନ୍‌କାଉଣ୍ଟରରେ ସୁରକ୍ଷାକର୍ମୀମାନେ ୨ଜଣ ହିଜବୁଲ୍‌ ମୁଜାହିଦ୍ଦୀନ ସଂଗଠନର ୨ଜଣ ଆତଙ୍କବାଦୀଙ୍କୁ ଘେରି ରହିଛି। ତେବେ ପ୍ରାପ୍ତ ସୂଚନାନୁସାରେ ଏନ୍‌କାଉଣ୍ଟରରେ ଜଣେ ସେନା ସହିଦ ହୋଇଥିବା ଜଣାପଡିଛି ।

ଜାମ୍ମୁ-କାଶ୍ମୀରରେ କିଛି ଆତଙ୍କବାଦୀ ଲୁଚି ରହିଥିବା ସେନାକୁ ଗୁଇନ୍ଦା ସୂଚନା ମିଳିଥିଲା । ସେନା ଖବର ପାଇବା ମାତ୍ରା ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା , ଏବଂ ସଂପୂର୍ଣ୍ଣ ଅଞ୍ଚଳକୁ ସିଲ୍‌ କରିଦେଇଥିଲା । ସେନା ସ୍ଥାନୀୟ ଅଞ୍ଚଳକୁ ଘେରିବା ଦେଖି ଆତଙ୍କବାଦୀମାନେ ଗୁଳିଚାଳନା ଆରମ୍ଭ କରିଦେଇଥିଲା । ସୈନ୍ୟବାହିନୀ  ମଧ୍ୟ ଏହାର ଦୃଢ ଦେଇଛନ୍ତି ।  ତେବେ ଚାଲିଥିବା ଏନ୍‌କାଉଣ୍ଟରରେ ହିଜବୁଲ୍‌ ମୁଜାହିଦ୍ଦୀନର ୨ଜଣ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ରହିଛି । ପ୍ରାପ୍ତ ସୂଚନାନୁସାରେ ଏନ୍‌କାଉଣ୍ଟରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ଏନ୍‌କାଉଣ୍ଟରେ ମୃତ୍ୟୁ ହୋଇଥିବା ଆତଙ୍କବାଦୀ ସ୍ଥାନୀୟ ଅଞ୍ଚଳର ବୋଲି ସୂଚନା ରହିଛି । ଉଭୟ ପକ୍ଷରୁ ଯୋରଦାର ଗୁଳିବିନମୟ ଜାରି ରହିଛି । ପୂରା ଅଞ୍ଚଳକୁ ସେନା ଘେରି ରହିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.