Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ଉରୀ ସେକ୍ଟରରେ ଆତଙ୍କବାଦୀଙ୍କୁ ମୁହଁତୋଡ ଜବାବ: ପାଞ୍ଚ ଦିନରେ ୪ ଆତଙ୍କୀ ନିପାତ, ଭୟରେ ଆତ୍ମସମର୍ପଣ କଲା ଜଣେ ଅନୁପ୍ରବେଶକାରୀ

28/09/2021 at 11:15 AM

ଶ୍ରୀନଗର ୨୮/୦୯ : ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ ଦମନ ଅଭିଯାନ ଜୋରଦାର ହୋଇଛି । ଭାରତୀୟ ସେନା ପକ୍ଷରୁ ପୁଣିଥରେ ପାକିସ୍ତାନର ଷଡଯନ୍ତ୍ରକୁ ପଣ୍ଡ କରିଦିଆଯାଇଛି । ମଙ୍ଗଳବାର ଉରୀ ସେକ୍ଟରରେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ କାବୁ କରିଥିବା ସୂଚନା ମିଳିଛି । ଅନୁପ୍ରବେଶ କରୁଥିବା ବେଳେ ଜଣେ ଆତଙ୍କବାଦୀକୁ ଗୁଳିକରି ହତ୍ୟା କରିଛନ୍ତି ଭାରତୀୟ ସେନା । ଏହା ସହିତ ଜଣେ ଆତଙ୍କବାଦୀ ଆତ୍ମସମର୍ପଣ କରିଥିବାରୁ ଗୁଳିମାଡରୁ ବର୍ତ୍ତିଯାଇଛି ।

ସୂଚନାଯୋଗ୍ୟ, ଉରୀ ସେକ୍ଟରରେ ଗତ କିଛି ଦିନ ହେଲା ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ସେଠା​‌ରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ ବଢାଇ ଦିଆଯାଇଥିଲା । ଉରୀ ସେକ୍ଟରରେ ପାକିସ୍ତାନୀ ଅନୁପ୍ରବେଶକାରୀ ଆତଙ୍କବାଦୀମାନେ ଲଗାତାର ଭାବେ ପଶୁଥିବାରୁ ସର୍ଚ୍ଚ ଅପରେସନ ଜୋରଦାର କରିଛି ଭାରତୀୟ ସେନା ।

ଏଭଳି ଅନୁପ୍ରବେଶ କରୁଥିବା ଆତଙ୍କବାଦୀଙ୍କୁ ମୁହଁତୋଡ ଜବାବ ଦେଉଛନ୍ତି ଭାରତୀୟ ସେନା । ଏହି କ୍ରମରେ ଉରୀ ସେକ୍ଟରରେ ଗତ ୫ ଦିନ ମଧ୍ୟରେ ୪ ଜଣ ଆତଙ୍କବାଦୀଙ୍କୁ ନିପାତ କରିସାରିଲେଣି ଯବାନ । ସେନା କହିବା ମୁତାବକ, ଗତ ସେପ୍ଟେମ୍ବର ୧୮ ତାରିଖରୁ ହିଁ ଲଗାତାର ଭାବେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି ଆତଙ୍କବାଦୀ । ଗତ ସେପ୍ଟେମ୍ବର ୨୩ ତାରିଖରେ ୩ ଜଣ ଆତଙ୍କବାଦୀଙ୍କୁ ନିପାତ କରିଥିଲା ଭାରତୀୟ ସେନା । ତେବେ ଅନ୍ୟ ୨ ଜଣ ଆତଙ୍କବାଦୀ ଖସିପଳାଇବାକୁ ସକ୍ଷମ ହୋଇଥିଲେ । ଏବେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଗୁଳିକରି ହତ୍ୟା କରାଯାଇଥିବା ବେଳେ ଜଣେ ଆତଙ୍କବାଦୀ ଭୟରେ ଆତ୍ମସମର୍ପଣ କରିଛି ।

   Related Posts