ଅପରେସନ ଅଲ୍‌ଆଉଟ୍‌, ସୁରକ୍ଷାକର୍ମୀଙ୍କ ଗୁଳିରେ ଲସ୍କର ଟପ୍‌ କମାଣ୍ଡର ନସୀରୁଦ୍ଦୀନ ଲୋନ୍ ନିହତ

Published By : Prameya-News7 Bureau | August 20, 2020 IST

ଶ୍ରୀନଗର ୨୦।୦୮: ସୁରକ୍ଷାକର୍ମୀଙ୍କୁ ଆଉ ଏକ ସଫଳତା । ସୁରକ୍ଷାକର୍ମୀଙ୍କ ଗୁଳିରେ ଆତଙ୍କବାଦୀ ସଂଗଠନର ଟପ୍‌ କମାଣ୍ଡର ନିହତ ହୋଇଛି । ନିହତ ହୋଇଥିବା ଟପ୍‌ କମାଣ୍ଡର ନାଁରେ ବହୁ ମାମଲା ରହିଛି । ନିହତ ଆତଙ୍କବାଦୀ ନିକଟରୁ ଗୋଚିଏ ଏକେ-୪୭ବନ୍ଧୁକ ଜବତ କରିଛନ୍ତି ସୁରକ୍ଷାକର୍ମୀ ।ଯାହାକିନ କିଛି ଦିନ ଚୋରି କରାଯାଇଥିଲା ।

ପୋଲିସ ସୂଚନାନୁସାରେ, ଗତବର୍ଷ ସିଆର୍‌ପିଏଫ୍‌ ଯୁବାନଙ୍କ ଉପରକୁ ହୋଇଥିବା ଆକ୍ରମଣ ଘଟଣା । ଏପରିକି ଗୁଳିମାଡ କରି ବନ୍ଧୁକ ଛଡାଇନେବା ସହ ୬ଜଣ ଯବାନଙ୍କୁ ହତ୍ୟା ଘଟଣାରେ ମଧ୍ୟ ସଂପୃକ୍ତ ରହିଛି । ବୁଧବାର ଦିନ ଜାମ୍ମ-କାଶ୍ମୀରର କୁପଓ୍ୱା଼ଡ଼ା ଜିଲ୍ଲାରେ ଆତଙ୍କବାଦୀ-ସୁରକ୍ଷାକର୍ମୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏହି ଗୁଳିବିନିମୟରେ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବାର ଜଣେ ଶୀର୍ଷ କମାଣ୍ଡର ନିହତ ହୋଇଛି । ଏହା ସହିତ ଆଉ ଜଣେ ଆତଙ୍କବାଦୀନ ମଧ୍ୟ ନିହତ ହୋଇଛି ।  ଉଭୟଙ୍କ ପରିଚୟ ପାକିସ୍ତାନୀ ଆତଙ୍କବାଦୀ ରୂପେ ଜଣାପଡିଛି ।

ପାକିସ୍ତାନୀ ଆତଙ୍କବାଦୀ ଦାନିଶ ବୁଧବାର ଦିନ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଛି । କାଶ୍ମୀର ପୋଲିସ ମହାନୀରିକ୍ଷକ ବିଜୟ କୁମାରଙ୍କ ଅନୁଯାୟୀ, ଦୁଇ ଜଣ ଆତଙ୍କବାଦୀ ନିହତ ହେବା ସେନାବାହିନୀ ପାଇଁ ଏକ ବଡ ସଫଳତା । ଏନ୍‌କାଉଣ୍ଟରେ ନିହତ ଆତଙ୍କବାଦୀ ଲସ୍କର-ଏ-ତୋଇବାର କମାଣ୍ଡର ନସୀରୁଦ୍ଦୀନ ଲେନ୍‌ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.