ଶ୍ରୀନଗର ୦୭।୦୧: ସେନା ଗୁଳିରେ ଜଣେ ଆତଙ୍କବାଦୀ ନିହତ । ଜାମ୍ମୁ କାଶ୍ମୀର ପୁଲୱାମାର ଅବନ୍ତିପୋରାରେ ଅଞ୍ଚଳରେ ଆତଙ୍କବାଦୀ ଓ ସୁରକ୍ଷାବାହିନୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି। ସେନାର ପାଲଟା ଆକ୍ରମଣରେ ଜଣେ ଆତଙ୍କବାଦୀ ନିହତ ହୋଇଛି ।
{"id":208181,"sizeSlug":"large"}ସୂଚନାଯୋଗ୍ୟ ଯେ, ପୁଲଓ୍ବାମାର ଅବନ୍ତିପୋରାରେ ଆତଙ୍କବାଦୀ ଲୁଚିରହିଥିବା ଖବର ପାଇଥିଲେ ସେନା ବାହିନୀ । ପରେ ସେନାବାହିନୀ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ କରାଯାଇଥିଲା । ଆତଙ୍କାବୀଦ ସେନା ବାହିନୀଙ୍କ ସର୍ଚ୍ଚ ଅପରେସନ ଦେଖି ଗୁଳିମାଡ ଆରମ୍ଭ କରିଥିଲେ । ପରେ ଉଭୟ ଆତଙ୍କବାଦୀ–ସେନାବାହିନୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ସେନାବାହିନୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ନିହତ ହୋଇଥିବା ଆତଙ୍କବାଦୀ ନିକଟରୁ ବହୁ ମାତ୍ରାରେ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ ହୋଇଛି । ଅନ୍ୟପଟେ ସ୍ଥାନୀୟ ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ଆଶଙ୍କାରେ ପୋଲିସ ଓ ସେନାବାହିନୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି ।